ବ୍ରିଟେନରେ 'ଡେଲଟା'ର ପ୍ରଭାବ : ଲକଡାଉନ ସତ୍ତ୍ୱେ କୋଭିଡ ମାମଲା ବୃଦ୍ଧି, ସପ୍ତାହକରେ ବଢିଲା ୪୯ ପ୍ରତିଶତ

Published By : Prameya-News7 Bureau | June 04, 2021 IST

ଲଣ୍ଡନ ୦୪/୬ : ବ୍ରିଟେନରେ ପୁଣି ବିସ୍ତାର କରିବାରେ ଲାଗିଛି କରୋନା । ଲକଡାଉନ ସତ୍ତ୍ୱେ ଦୈନିକ କୋଭିଡ ମାମଲା ସପ୍ତାହରେ ୪୯ ପ୍ରତିଶତ ବୃଦ୍ଧି ପାଇ ୫୦୦୦ରୁ ଅଧିକ ହୋଇଛି । ମାର୍ଚ୍ଚ ମାସ ପରଠାରୁ ପ୍ରଥମ ଥର ପାଇଁ ନୂଆ ମାମଲା ଅଧିକ ହେବା ସହ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ, ବର୍ତ୍ତମାନ ପର୍ଯ୍ୟନ୍ତ ଅଧା ବୟସ୍କଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଥିବାରୁ ଏହା ଆଶ୍ୱସ୍ତିକର ନିଶ୍ଚୟ ହେବ ।

ବ୍ରିଟେନ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ୫୦୦୦ରୁ ଅଧିକ କୋଭିଡ ମାମଲା ରେକର୍ଡ କରିଥିବାବେଳେ ୧୮ ଜଣଙ୍କ ଜୀବନ ନେଇଛି କିଲର ଭାିରସ । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବୁଧବାର ଦିନ ୫,୨୭୪ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଯାହା ମାର୍ଚ୍ଚ ୨୬ ପରଠାରୁ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟା ଅଟେ । ଯେତେବେଳେ କି ଦେଶ ଅତ୍ୟନ୍ତ କଡା ଲକଡାଉନ ପାଳନ କରୁଛି ।

ଗତ ଗୁରୁବାର ରେକର୍ଡ ହୋଇଥିବା ଆକଳନ ତୁଳନାରେ ଏହା ୪୯ ପ୍ରତିଶତ ବୃଦ୍ଧି ପାଇଛି । ଯାହିକି ପୂର୍ବ ସପ୍ତାହ ତୁଳନାରେ ୮୦ ପ୍ରତିଶତ ଅଧିକ । ଗତ ସପ୍ତାହରେ ଏହି ସଂଖ୍ୟା ୧୦ ଥିଲା । ମାର୍ଚ୍ଚ ୨୦୨୦ରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ କାରଣରୁ ମୃତ୍ୟୁ ସଂଖ୍ୟା ଶୂନ ରେକର୍ଡ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.