Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ସପ୍ତମ ଥର ପାଇଁ ଖାରଜ ହେଲା ନୀରବ ମୋଦିଙ୍କ ଜାମିନ ଆବେଦନ

27/10/2020 at 8:44 AM

ନୂଆଦିଲ୍ଲୀ ୨୭/୧୦: ବ୍ରିଟେନ ଅଦାଲତ ପୁଣି ଖାରଜ କରିଛି ନିରବ ମୋଦିଙ୍କ ଜାମିନ ଯାଚିକା। ତେବେ ସପ୍ତମ ଥର ପାଇଁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧୪ ହଜାର କୋଟିରୁ ଅଧିକ କେଳେଙ୍କାରୀରେ ମାମଲାରେ ୪୯ ବର୍ଷୀୟ ନୀରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇ ଥିଲା। ଭାରତ ସରକାର ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ କରିବାରେ ଚେଷ୍ଟା ଚଳାଇଛନ୍ତି ।

ଭାରତ ସରକାରଙ୍କ ତଦନ୍ତ ଏଜେନ୍ସି ତାଙ୍କ ଉପରେ ଦୁଇଟି ମାମଲା ରୁଜୁ କରିଛନ୍ତି। ନୀରବ ଦକ୍ଷିଣ ପଶ୍ଚିମ ଲଣ୍ଡନ ଜେଲରେ ଅଛନ୍ତି। ଚଳିତବର୍ଷ ଫେବୃଆରୀରେ ଭାରତୀୟ ଏଜେନ୍ସିମାନେ ବ୍ରିଟେନରେ ନୀରବଙ୍କ ପ୍ରତ୍ୟପ୍ରର୍ଣ ପାଇଁ ଅନୁରୋଧ କରିଥିଲେ। ବ୍ରିଟେନ ଗୃହ ସଚିବ ପ୍ରୀତି ପଟେଲ ଏ ବାବଦରେ ଜଣାଇଥିଲେ।

ନୀରବଙ୍କ ପ୍ରତ୍ୟପ୍ରର୍ଣ ଶୁଣାଣି ନଭେମ୍ବର ୩କୁ ବଢ଼ାଇ ଦିଆଯାଇଛି। ଗତମାସରେ ମୋଦିଙ୍କ ଓକିଲ ବ୍ରିଟେନ କୋର୍ଟକୁ କହିଥିଲେ ଯେ ମାମଲାକୁ ରାଜନୀତିକରଣ କରାଯାଉଥିବାରୁ ଭାରତରେ ତାଙ୍କର ନିଷ୍ପକ୍ଷ ଶୁଣାଣି ହେବାର ଆଶଙ୍କା କମ ରହିଛି। ଏହା ସହ ଭାରତୀୟ ମେଡିକାଲରେ ପର୍ଯ୍ୟାପ୍ତ ମେଡିକାଲ ସୁବିଧା ଅଭାବ ଥିବାରୁ ‘ଆତ୍ମହତ୍ୟାର ହାଇ ରିସ୍କ’କୁ ସାମ୍ନା କରିପାରନ୍ତି।

   Related Posts