Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଥମୁନି ଅନୀଲ ଅମ୍ବାନୀଙ୍କ ସମସ୍ୟା, ୨୧ ଦିନରେ ୭୧୭ ମିଲିୟନ ଡଲାର ବକେୟା ଋଣ ପୈଠ ଲାଗି ବ୍ରିଟେନ କୋର୍ଟଙ୍କ ନିର୍ଦ୍ଦେଶ

23/05/2020 at 1:39 PM

ୱେଲସ୍ : ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ନେଉନି। ପର୍ସନାଲ ଗ୍ୟାରେଣ୍ଟି ସମ୍ପର୍କିତ ଏକ ମାମଲାରେ ଚୀନ୍‌ର ୩ ବ୍ୟାଙ୍କଙ୍କୁ ୨୧ ଦିନରେ ୭୧୭ ମିଲିୟନ ଡଲାର (୫,୪୪୮ କୋଟି ଟଙ୍କା) ଫେରାଇବାକୁ ବ୍ରିଟେନ କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ଅନୀଲ ଆଇନଗତ ପରାମର୍ଶ ନେଉଥିବା ତାଙ୍କ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

ଆର.କମ କର୍ପୋରେଟ ଲୋନକୁ ନେଇ ଝାମେଲା
ଗଣମାଧ୍ୟମ ରିପୋର୍ଟ ଅନୁସାରେ ହାଇକୋର୍ଟ ଅଫ ଇଂଲଣ୍ଡ ଏବଂ ୱେଲ୍ସଙ୍କ କମର୍ସିଆଲ ଡିଭିଜନ ଜଷ୍ଟିସ୍ ନିଗେଲ ଟିୟରେ ଅନୀଲ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିବା କହିଛନ୍ତି। ଏଣୁ ତାଙ୍କୁ ବ୍ୟାଙ୍କମାନଙ୍କ ଋଣ ବାବଦ ଅର୍ଥ ପୈଠ କରିବାକୁ ହେବ। ଅନୀଲ ଅମ୍ବାନୀଙ୍କ ମୁଖପାତ୍ର ଏହା ୨୦୧୨ ମସିହା ରିଲାଏନ୍ସ କମ୍ୟୁନିକେସନ (ଆର.କମ୍‌)ର ମାମଲା ବୋଲି କହିଛନ୍ତି। ତେବେ ଏଥିଲାଗି ଅନୀଲ ସେତେବେଳେ ପର୍ସନାଲ ଗ୍ୟାରେଣ୍ଟି ଦେଇ ନଥିବା ମୁଖପାତ୍ର କହିଛନ୍ତି।

ଏହି ବ୍ୟାଙ୍କମାନଙ୍କୁ ଦେବାକୁ ହେବ ବକେୟା
ଯେଉଁ ବ୍ୟାଙ୍କମାନେ ସେମାନଙ୍କ ଋଣ ବାବଦ ବକେୟା ଲାଗି ବ୍ରିଟେନ କୋର୍ଟରେ ନିବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଇଣ୍ଡଷ୍ଟ୍ରିଆଲ ଏଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ ଚାଇନା(ଆଇସିବିସି) ମୁମ୍ବାଇ ଶାଖା, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଓ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ ଚାଇନା ଅଛନ୍ତି। ଗତ ଫେବୃଆରୀ ମାସରେ କୋର୍ଟ ଅନ୍ତରିଣ ନିର୍ଦ୍ଦେଶ ଜାରି କରି ଅନୀଲଙ୍କୁ ୧୦୦ ମିଲିୟନ ଡଲାର ପୈଠ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିଲାଗି କୋର୍ଟ ୬ ସପ୍ତାହ ସମୟ ମଧ୍ୟ ଦେଇଥିଲେ। ତେବେ ତାଙ୍କର ନେଟୱର୍ଥ ଜାରି ହୋଇ ସାରିଥିବାରୁ ସେ ଟଙ୍କାଟିଏ ବି ଦେବାକୁ ଏବେ ଅକ୍ଷମ ବୋଲି କୋର୍ଟଙ୍କୁ ଜଣାଇଥିଲେ।

ଦେବାଳିଆ ହୋଇଯାଇଛି ଆରକମ୍
ଆରକମ୍ ଉପରେ ଅନୁନ୍ୟ ୪୬ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି।  ଏଣୁ କୋର୍ଟଙ୍କ ଆଦେଶ ଅନୁସାରେ ପର୍ସନାଲ ଗ୍ୟାରେଣ୍ଟିର ଚୂଡାନ୍ତ  ପୈଠ ଆରକମ୍ ରିଜଲ୍ୟୁସନ ପ୍ଲାନ ଅନୁସାରେ କରାଯିବ। ତେବେ ରିଜଲ୍ୟୁସନ ପ୍ରକ୍ରିୟା ଶେଷ ହେଲେ ଚୀନ ବ୍ୟାଙ୍କମାନଙ୍କର ବକେୟା ଋଣ ଚୁକ୍ତା କରିଦିଆଯିବ ବୋଲି ଅନୀଲଙ୍କ ମୁଖପାତ୍ର କହିଛନ୍ତି।

   Related Posts