ଚୀନ୍‌ର ଚାଲ୍‌ରେ ବ୍ରିଟେନର ନିଦ ହଜିଲା ! ଇଣ୍ଟରପୋଲ, WHO ଭଳି ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥା ଭାଙ୍ଗି ଦେବାକୁ ଚାହୁଁଛି ବେଜିଂ

Published By : Prameya-News7 Bureau | June 17, 2021 IST

ଲଣ୍ଡନ ୧୭।୬: କରୋନା ଭାଇରସ ମହାମାରୀ ପ୍ରସାରକୁ ନେଇ ସାରା ବିଶ୍ୱର ନଜରରେଥିବା ଚୀନ୍‌ ସମ୍ପର୍କରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ), ଇଣ୍ଟରପୋଲ ଓ ସେହି ଭଳି ବହୁପକ୍ଷୀୟ ଅନ୍ତର୍ଜାତୀୟ ଅନୁଷ୍ଠାନକୁ ହୁଏତ ଭାଙ୍ଗିଦେବାକୁ, କମଜୋର କରିବାକୁ ଅଥବା ନିଜ ଇଛା ଅନୁସାରେ ଚଳାଇବାକୁ ଚୀନ୍‌ ଚାହୁଁଥିବା ବ୍ରିଟେନ୍‌ ପ୍ରଥମ ଥର ଉଜାଗର କରିଛି। ବ୍ରିଟେନ ବିଦେଶ ମାମଲା ସମ୍ପର୍କିତ କମିଟି ଗୁରବାର ପ୍ରଦାନ କରିଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଯାହା ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ବିଦେଶ ମାମଲାକୁ ନେଇ ବ୍ରିଟେନ ହାଉସ୍‌ଅଫ କମନ୍‌ସ୍‌ଙ୍କ କମିଟି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶାନ୍ତି, ସମୃଦ୍ଧି ଓ ସ୍ୱାଧୀନତା ଲାଗି ମୂଲ୍ୟଭିତ୍ତିକ ଆଧାରରେ ଅନ୍ତର୍ଜାତୀୟ କ୍ରମର ବିକାଶ ଲାଗି ଏହି ସବୁ ଅନ୍ତର୍ଜାତୀୟ ସଂଗଠନ ସବୁ ଗଠନ କରାଯାଇଥିଲା। ତେବେ ଚୀନ୍‌, ଋଷ ଓ ଏହିଭଳି ନକରାତ୍ମକ ଦୃଷ୍ଟିକୋଣ ରଖୁଥିବା ଦେଶମାନେ ଏପରି ବହୁପକ୍ଷୀୟ ଅନ୍ତର୍ଜାତୀୟ ସଂସ୍ଥାଙ୍କୁ ହୁଏତ ନିଜ ମୁଠାକୁ ନେବାକୁ ଚାହାନ୍ତି ନଚେତ ଭାଙ୍ଗିଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।

ଦେଶର ବିଦେଶନୀତି ସମୀକ୍ଷା ଓ ଯାଞ୍ଚ କରୁଥିବା ୧୧ ସଦସୀୟ କମିଟି ରିପୋର୍ଟରେ ଚେତାବନୀ ମଧ୍ୟ ଦେଇଛନ୍ତି। ଏଥିରେ ଚୀନ୍‌, ଋଷିଆ ଓ ଏଭଳି ନକରାତ୍ମକ ଦୃଷ୍ଟିକୋଣ ରଖୁଥିବା ଦେଶଙ୍କୁ ଯଦି ବ୍ରିଟେନ ଓ ସହଯୋଗୀମାନେ ଜବାବ ନ ଦିଅନ୍ତି ତେବେ ବିଶ୍ୱର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆସ୍ଥା ରଖୁଥିବା ଦେଶମାନେ ଖୁବ୍ ଶାଘ୍ର ଅନ୍ତର୍ଜାତୀୟ ସଙ୍ଗଠନ ହରାଇବା ନିଶ୍ଚିତ ବୋଲି ସତର୍କ କରିଛନ୍ତି।      

{"id":467361,"sizeSlug":"large","linkDestination":"none"}

ଚୀନ୍‌ ଓ ଏଭଳି ଦେଶମାନଙ୍କର ଯେଉଁମାନେ ଏକଛତ୍ରବାଦ ଉପରେ ବିଶ୍ୱାସ ରଖନ୍ତି ଅନ୍ତର୍ଜାତୀୟ ସଙ୍ଗଠନରେ ସେମାନଙ୍କ ଯୋଗଦାନ ଶୂନ୍ୟ। ଏହା ସତ୍ତ୍ୱେ ରଣନୈତିକ ରୂପେ ଏପରି ସଂସ୍ଥାଙ୍କ ଉପରେ ନିଜର ନିୟନ୍ତ୍ରଣ ଲାଗି ଲଗାତାର ପ୍ରୟାସରେ ଅଛନ୍ତି ବୋଲି ରିପୋର୍ଟରେ ସୂଚିତ କରାଯାଇଛି। ଏହି ସବୁ ଅନ୍ତର୍ଜାତୀୟ ସଂସ୍ଥା ଯେଉଁ ବୈଶ୍ୱିକ ସିଦ୍ଧାନ୍ତରେ ସ୍ଥାପିତ ହୋଇଛନ୍ତି ଏସବୁର ମୌଳିକ ସିଦ୍ଧାନ୍ତ ସେମାନେ ବଦଳାଇବାକୁ ଚାହାନ୍ତି ନଚେତ ନିଜ ଇଛାଅନୁସାରେ ପରିଚାଳନ କରିବାକୁ ଚାହାଁନ୍ତି ବୋଲି ରିପୋର୍ଟରେ ସତର୍କ କରାଯାଇଛି। ଏହି ସବୁ ସଂସ୍ଥା ବ୍ରିଟେନ ନେତୃତ୍ୱରେ ଅନ୍ତର୍ଜାତୀୟ ସହମତିରେ ଅତୀତରେ ସ୍ଥାପିତ ହୋଇଥିଲା।

କେବଳ ଏତିକି ନୁହେଁ ଏପରି ବହୁ ପକ୍ଷୀୟ ସଂସ୍ଥାରେ ସାମିଲ ଦେଶମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର ଲାଗି ଚୀନ୍‌ ଆକ୍ରମକ ଉପାୟ ମଧ୍ୟ ଅବଲମ୍ବନ କରୁଥିବା ରିପୋର୍ଟରେସୂଚିତ କରାଯାଇଛି। ନିଜ ସପକ୍ଷରେ ସମର୍ଥନ ହାସଲ ଲାଗି ଚୀନ୍‌ ଏପରି ଦେଶଙ୍କ ଉପରେ ନିଜ ଆର୍ଥିକ ଶକ୍ତିର ପ୍ରୟୋଗ କରିବା ସହ ନିଜ ଇଛା ପୂରଣ କରିବାକୁ ମଧ୍ୟ ବାଧ୍ୟ କରୁଥିବା ରିପୋର୍ଟରେ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.