Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଫାଇଜର କରୋନା ଟିକାର ବ୍ୟବହାର ପାଇଁ ବ୍ରିଟେନ୍‌ ସରକାରଙ୍କ ଅନୁମତି, ପ୍ରତି ଲୋକଙ୍କୁ ଦିଆଯିବ ଦୁଇ ଡୋଜ୍‌

2/12/2020 at 3:27 PM

ଲଣ୍ଡନ ୦୨/୧୨: କରୋନା ମହାମାରୀ ସାରା ବିଶ୍ବ​‌ରେ କାୟା ମେଲାଇଛି। ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ଏହାର ସ୍ଥାୟୀ ନିରାକରଣ ହେଉଛି ଭ୍ୟାକ୍‌ସିନ୍‌। ତେବେ ଭ୍ୟାକ୍‌ସିନ କେବ ଆସିବ ତାହା ଉପରେ ସମସ୍ତଙ୍କ ନଜର ଥିଲା । ଏହାରି ଭିତରେ ବ୍ରିଟେନ୍‌ ତାର ଫାଇଜର କରୋନା ଟିକାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ପ୍ରଥମ ଦେଶ ଭାବେ ବ୍ରିଟେନ୍‌ ଫାଇଜର/ ବାୟୋଏନଟେକ୍‌ କୋଭିଡ-୧୯ ଟିକାକୁ ସର୍ବସାଧାରଣ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ୯୫ ପ୍ରତିଶତ ସଫଳ ଫାଇଜର ଟିକାକୁ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିବା ପରେ ଏବେ ଏହାକୁ ଲୋକଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି।

ଆସନ୍ତା ସପ୍ତାହରୁ ବ୍ରିଟେନରେ ଏହି ଟିକା ଉପଲବ୍ଧ ହେବ। କିଛିଦିନ ହେଲା ଫାଇଜର କମ୍ପାନୀ ଘୋଷଣା କରିଥିଲା ଯେ କମ୍ପାନୀ କରୋନା ଟିକା ପ୍ରସ୍ତୁତିରେ ସଫଳ ହୋଇଛି। ଏହି ଟିକା କରୋନା ଭାଇରସ୍ ବିରୋଧରେ ୯୫ ପ୍ରତିଶତ ସଫଳ ବୋଲି କୁହାଯାଉଛି। ଗତକାଲି ଜର୍ମାନୀର ବାୟୋଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ବାୟୋଏନଟେକ୍ ଓ ତାର ଆମେରିକୀୟ ସହଭାଗୀ କମ୍ପାନୀ ଫାଇଜର୍ ପକ୍ଷରୁ ୟୁରୋପୀୟ ରାଷ୍ଟ୍ରସଂଘ ଆଗରେ ଭ୍ୟାକସିନ୍ ରେଜିଷ୍ଟ୍ରେସନ ପାଇଁ ଔପଚାରିକ ଆବେଦନ କରାଯାଇଥିଲା।

ବ୍ରିଟେନର ମେଡିସିନ୍ ଆଣ୍ଡ୍ ହେଲଥକେୟାର ରେଗୁଲେଟୋରି ଅଥରିଟି -MHRA ଏହି ଟିକାକୁ ମଞ୍ଜୁରି ପ୍ରଦାନ କରିଛି। ଟିକା କରଣର କଠୋର ମାନ ପରୀକ୍ଷଣ ଏହି ଟିକା କରିପାରୁଛି କି ନାହିଁ ତାହା MHRA ନିର୍ଦ୍ଧାରିତ କରିଥାଏ। ବ୍ରିଟେନରେ ଆସନ୍ତା ସପ୍ତାହ ପ୍ରାରମ୍ଭରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ ସୂଚନା ଦେଇଛନ୍ତି। ଏଥିପାଇଁ ବ୍ରିଟେନ ସରକାର ଫାଇଜର୍ କମ୍ପାନୀକୁ ୪୦ ମିଲିୟନ ଡୋଜ୍ ଅର୍ଡର ଦେଇସାରିଛନ୍ତି। ଏହାକୁ ୨୦ ମିଲିୟନ ଲୋକଙ୍କ ଠାରେ ବ୍ୟବହାର କରାଯିବ। ଏହା ଅର୍ଥ ପ୍ରତି ବ୍ୟକ୍ତି ଫାଇଜର୍ ଟିକାର ୨ଟି ଡୋଜ୍ ନେବେ।

   Related Posts