ସିଙ୍ଗଲ ସଟ୍ Johnson & Johnson କୋଭିଡ ଟିକାକୁ ମିଳିଲା ବ୍ରିଟେନର ମଞ୍ଜୁରୀ

Published By : Prameya-News7 Bureau | May 28, 2021 IST

ଲଣ୍ଡନ ୨୮।୫: ବ୍ରିଟେନ୍ ଶୁକ୍ରବାର ଦେଶରେ ଜନସନ୍ ଏଣ୍ଡ ଜନସନ ସିଙ୍ଗଲ ସଟ୍‌ କରୋନା ଟିକାର ଜରୁରି ଉପଯୋଗକୁ ମଞ୍ଜୁରୀ ଦେଇଛି। ମେଡିସିନ ଏଣ୍ଡ ହେଲଥ କେୟାର ପ୍ରଡକ୍ଟସ୍‌ ରେଗୁଲେଟରୀ ଏଜେନ୍ସୀ (ଏମଏଚଆରଏ) ଏ ନେଇ ଘୋଷଣା କରିଛନ୍ତି। ହେଲ୍‌ଥ ସେକ୍ରେଟାରୀ ମେଟ୍ ହେନକକ୍‌ ଏ ନେଇ ସୂଚନା ଦେଇଥିବା ବେଳେ ଦେଶର ଟିକାକରଣ କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ଏହା ଏକ ବୃହତ୍ତ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଟିକା ଉପଯୋଗକୁ ଆସିବା ପୂର୍ବରୁ ଦେଶରେ ୧୩ ହଜାରରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଛି। ଏହାକୁ ମିଶାଇ ଆମ ପାଖରେ ଭୀଷଣ ଭୂତାଣୁ ମୁକାବିଲା ଲାଗି ଏବେ ୪ଟି ଟିକା ଅଛି। 

ଆଗାମୀ ଦିନରେ ସିଙ୍ଗଲ ଡୋଜ ଜାବ୍‌ ଦେଶରେ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ହେନକକ୍ ଆଶାବ୍ୟକ୍ତ କରିଛନ୍ତି।  ଭାରତରେ ମିଳିଥିବା କରୋନା ନୂଆ ଭାରିଆଣ୍ଟକୁ ନେଇ ଉପୁଜିଥିବା ଚିନ୍ତାରେ ଟିକା ନିଶ୍ଚିତ ସହାୟକ ହେବ ବୋଲି ସେ କହିଛନ୍ତି। ବ୍ରିଟେନ ଏହି ଟିକାର ୨୦ ନିୟୁତ ଡୋଜ ଅର୍ଡର କରିଛି। ତେବେ ଗତ ଏପ୍ରିଲରେ ୟୁରୋପୀୟ ମେଡିସିନ ଏଜେନ୍ସୀ କହିଥିଲେ ଯେ ଆମେରିକାରେ ଏହାର ପରୀକ୍ଷଣ କାଳରେ କମ୍‌ ବ୍ଲଡ ପେଲେଟ୍‌ଲେଟ୍‌ ଓ ଅସନ୍ତୁଳିତ ବ୍ଲଡ କ୍ଲଟସ୍‌ର ମାମଲା ସାମ୍ନାକୁ ଆସିଥିଲା। ଏଣୁ ଏ ସମ୍ପର୍କରେ ଉତ୍ପାଦ ସମ୍ପର୍କିତ ସୂଚନାରେ  ତଥ୍ୟ ଦିଆଯିବାର ଥିଲା।

{"id":458292,"width":840,"height":577,"sizeSlug":"large","linkDestination":"none"}

ଆମେରିକାରେ ଭାକ୍ସିନର ହୋଇଥିବା ପରୀକ୍ଷଣ କାଳରେ ଏହା ମଧ୍ୟମରୁ ଗୁରୁତର କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ୭୨ ପ୍ରତିଶତ ସଫଳ ହେଉଥିବା ଦେଖାଯାଇଛି। ବ୍ରିଟେନରେ ଏପର୍ଯ୍ୟନ୍ତ ୬୨ ନିୟୁତରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଲାଣି। ଦେଶରେ ହୋଇଥିବା ଏପର୍ଯ୍ୟନ୍ତ ଟିକାକରଣରେ ଆମେରିକା ପ୍ରସ୍ତୁତ ଫାଇଜର ଓ ନିଜସ୍ୱ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ହୋଇଛି। ତେବେ ଆମେରିକୀୟ ଟିକା ମଡର୍ଣ୍ଣାକୁ ମଧ୍ୟ ବ୍ରିଟେନ ମଞ୍ଜୁରୀ ଦେଇଛି।

ୟୁକେର କରୋନା ସଂକ୍ରମଣ ହାର ହ୍ରାସ ହୋଇଛି। ତେବେ ଭୂତାଣୁର ଭାରତ ଭେରିଆଣ୍ଟ ସଂକ୍ରମଣ ହେବାରୁ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏଣୁ ୨୧ ଜୁନରୁ ଦେଶକୁ ପୁଣି ଥରେ ଅନଲକ କରିବା ପାଇଁ ସରକାରଙ୍କ ଯୋଜନାକୁ ନେଇ ଏବେ ସନ୍ଦେହ ଉପୁଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.