Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଆଜିଠାରୁ ଶୁଭାରମ୍ଭ ହେବ ଉଜ୍ଜ୍ଵଳା ସାନିଟାରୀ ନ୍ୟାପକିନ ଯୋଜନା; ୨ କୋଟି ୯୪ ଲକ୍ଷ ବ୍ୟୟ ବରାଦ

30/12/2018 at 10:08 AM

ଭୁବନେଶ୍ୱର ୩୦/୧୨ : ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ୱଳ ସାନିଟାରୀ ନ୍ୟାପକିନ | ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ କମ୍ପାନୀଗୁଡିକର ସିଏସର ଯୋଜନା ଅନୁଯାୟୀ ଆଜିଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ | ୩୦ ଜିଲ୍ଲାର ୯୩ଟି ବ୍ଲକରେ ପ୍ରାୟ ୧୦୦ ଲୋକାଲ ୟୁନିଟ ମାଧ୍ୟମରେ ଏହି ନ୍ୟାପକିନ ମିଳିବ | ଏହି ଯୋଜନା ପାଇଁ ପାଖାପାଖି ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟବ ବରାଦ ହୋଇଛି | କଟକ ପଞ୍ଚମୁଖୀ ହନୁମାନ ମନ୍ଦିର, ନୀଲୀ, ନରସିଂହପୁର ନୂଆପାଟଣା ଏବଂ ବାଙ୍କୀ କଳାପଥର ଅଂଚଳରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ |


ଉକ୍ତ ନାପକିନ ଗାଁରେ ତିଆରି ହୋଇ ଗାଁ ଲୋକଙ୍କୁ ବିକ୍ରି କରାଯିବ | ବଜାରଠାରୁ କମ ଦର ସହ ଅଧିକ ଗୁଣବତ୍ତା ରହିବ ବୋଲି ଆଜି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ଭଦ୍ରକ ଉଜ୍ବଳା ଯୋଜନାର ସିନିଅର ମ୍ୟାନେଜର କାର୍ତିକ ଚନ୍ଦ୍ର ଜେନା | ଏହି ନାପକିନରେ କୌଣସି କେମିକାଲ ବ୍ୟବହାର ହେବନାହିଁ । ମାଟିରେ ଶୀଘ୍ର ମିଶିବା ସହ ହାଇଜିନିକ୍ ହେବ। ଏଣୁ ଏହା ଲୋକାଦୃତ ହୋଇପାରିବ ବୋଲି କମ୍ପାନୀ ଆଶା ରଖିଛି ।

   Related Posts