ଉଜ୍ଜଳା ସାନିଟାରୀ ନାପକିନର ଶୁଭାରମ୍ଭ : ୯୩ଟି ବ୍ଲକର ୧୦୦ଟି ଲୋକାଲ୍ ମାନ୍ୟୁଫାକ୍ଚରିଂ ୟୁନିଟରେ ହେବ ତିଆରି

Published By : Prameya-News7 Bureau | December 30, 2018 IST

ଭୁବନେଶ୍ବର ୩୦|୧୨: ଏଣିକି ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ବଳା ସାନିଟାରୀ ନାପକିନ୍ । ଆଜିଠୁ ଉଜ୍ଜଳା ସାନିଟାରୀ ନାପକିନର ଶୁଭାରମ୍ଭ ହୋଇଛି । ଆଇଓସିଏଲ୍, ଏଚପିସିଏଲ୍ ଓ ବିପିସିଏଲ୍ କମ୍ପାନୀଗୁଡିକର ସିଏସ୍ଆର୍ ଫଣ୍ଡରେ ଯୋଜନାର ଶୁଭାରମ୍ଭ ହୋଇଛି ।

ଉଜ୍ବଳା ନାପକିନ ପ୍ରସ୍ତୁତି ଓ ଯେ।ଗାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏଣିକି ମହିଳାମାନଙ୍କୁ ସୁଲଭ ଦରରେ ମିଳିବ ଉଜ୍ଜ୍ବଳା ସାନିଟାରୀ ନାପକିନ୍ । ରାଜଧାନୀର ରେଳକୁଞ୍ଜ ଅଡିଟରିୟମରେ ଯେ।ଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରେ।ଲିୟମ୍ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରେ।ଲିୟମ ମନ୍ତ୍ରଣାଳୟ  ଅଧୀନରେ ଥିବା ତିନିଟି ତୈଳ କମ୍ପାନୀ ଆଇଓସିଏଲ୍, ଏଚପିସିଏଲ୍ ଓ ବିପିସିଏଲ୍ କମ୍ପାନୀଗୁଡିକର ସିଏସ୍ଆର୍ ଫଣ୍ଡରେ କାର୍ଯ୍ୟକାରୀ ହେବ ଯୋଜନା ।ଏଥିପାଇଁ  ରାଜ୍ୟର ୯୩ଟି ବ୍ଲକରେ ୧୦୦ଟି ଲୋକାଲ୍ ମାନ୍ୟୁଫାକ୍ଚରିଂ ୟୁନିଟ୍ ଖୋଲାଯାଇଛି । ପ୍ରତି ୟୁନିଟରେ କାର୍ଯ୍ୟ କରିବେ ୮ରୁ ୧୦ ଜଣ ମହିଳା । ତେବେ ଭବିଷ୍ୟତରେ ନାଲକେ।ର ସିଏସ୍ଆର୍ ଫଣ୍ଡରୁ ଅଧିକ ୧୦୦ଟି ୟୁନିଟ୍ କାର୍ଯ୍ୟକ୍ଷମ ହେବ ବେ।ଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।  

{"id":68749}

କଟକରେ ମଧ୍ୟ ଉଜ୍ଜ୍ବଳା ନାପକିନ୍ ଯେ।ଜନାର ଶୁଭାରମ୍ଭ ହେ।ଇଛି । ପ୍ରଥମ ଦିନରେ ୨୦ ଜଣ ଉଜ୍ଜ୍ବଳା ହିତାଧିକାରୀଙ୍କୁ ମାଗଣାରେ ନାପକିନ୍ ଯୋଗାଇ ଦିଆଯାଇଛି । କଟକ ମଧୁପାଟଣା କମନ୍ ସର୍ଭିସ୍ ସେଣ୍ଟରେ ସେଣ୍ଟରରେ ପ୍ରାଥମିକ ପର୍ଯ୍ୟାୟରେ ଦୈନିକ ଏକ ହଜାର ନାପକିନ୍ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି । ୭ ଜଣ ଉଜ୍ଜ୍ବଳା ହିତାଧିକାରୀ ଏହି ନାପକିନ୍ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି । ଆଗାମୀ ଦିନରେ ବହୁଳ ଭାବରେ ନାପକିନ ପ୍ରସ୍ତୁତ କରାଯାଇ ବଜାରରେ ଉପଲବ୍ଧ କରାଯିବ ।

ରାଜ୍ୟରେ ୩୩.୫ ପ୍ରତିଶତ ମହିଳା ନାପକିନ୍ ବ୍ୟବହାର କରିନ୍ତି ବୋଲି ଏନ୍ଏଫ୍ଏଚ୍ଏସ୍ ରିପୋର୍ଟ କହୁଛି। ଗ୍ରାମାଞ୍ଚଳରେ୧୫ରୁ ୨୪ ବର୍ଷ ମଧ୍ୟରେ ରହିଥିବା ମାତ୍ର ୪୨. ୮ ପ୍ରତିଶତ ମହିଳା ନାପକିନ୍ ବ୍ୟବହାର କରିଥାନ୍ତି। ତେଣୁ ଉଜ୍ବଳା ଯେ।ଜନା ଦ୍ବାରା ରାଜ୍ୟର ମହିଳାମାନେ ସୁସ୍ଥ,ଶସକ୍ତ ହେବା ସହ ରେ।ଜଗାରକ୍ଷମ ହେ।ଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.