Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଉଜ୍ଜୈନ ମନ୍ଦିରରେ କାଳ ଭୈରବଙ୍କୁ ଲାଗେ ମଦିରା ଭୋଗ; ଭୋଗ ଲାଗିବା ପରେ ଉଭାନ ହୋଇଯାଏ ମଦିରା

29/11/2018 at 11:59 AM

ଆମ ଦେଶରେ ଏମିତି ବହୁତ ମନ୍ଦିର ଅଛି ଯେଉଁମାନେ ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା | ଏମିତି ଏକ ମନ୍ଦିର ରହିଛି ମଧ୍ୟପ୍ରଦେଶ ଉଜ୍ଜୈନରେ | ଉଜେଜେନ କାଳ ଭୈରବ ମନ୍ଦିରର ରହିଛି ଏମିତି କିଛି ରହସ୍ୟ ଯେଉଥିପାଇଁ ଏହା ପ୍ରସିଦ୍ଧ | ଏହି ମନ୍ଦିରରେ କାଳ ଭୈରବ ମଦିରା ପାନ କରନ୍ତି | କିନ୍ତୁ ଏହି ମଦିରା କୁଆଡେ ଯାଏ ତାହା ଆଜି ମଧ୍ୟ ରହସ୍ୟ ଘେରରେ | କାଳ ଭୈରବ ମଦିରା ପିଉଥିବା ଏହି ଦୃଶ୍ୟକୁ ଦେଖିବା ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମେ |

ମନ୍ଦିର ସହିତ ଜଡିତ କିଛି ଖାସ କଥା ଜାଣନ୍ତୁ :
କ୍ଷିପ୍ରା ନଦୀ କୂଳରେ ଭୈରବଗଡ଼ କ୍ଷେତ୍ରରେ କାଳ ଭୈରବଙ୍କ ମନ୍ଦିର ଅବସ୍ଥିତ | ଏହି ମନ୍ଦିରର ସବୁଠାରୁ ବଡ ପରମ୍ପରା ହେଲା ଏଠାରେ କାଳ ଭୈରବଙ୍କୁ ମଦିରା ଭୋଗ ଲଗାଯାଏ |

ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଭୋଗ ଲଗାଯାଇଥିବା ମଦିରା ପାତ୍ର ଦେଖୁ ଦେଖୁ ଖାଲି ହୋଇଯାଇଥାଏ | ତେବେ ଏହି ମଦିରା କୁଆଡେ ଯାଏ ତାହା ରହସ୍ୟମୟ ହୋଇ ରହିଛି | ଏହି ଚମତ୍କାରକୁ ଦେଖିବା ପାଇଁ ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଜମେ | ଅନେକ ବୈଜ୍ଞାନିକ ମଧ୍ୟ ମନ୍ଦିରର ଏହି ରହସ୍ୟ ଜାଣିବା ପାଇଁ ଆସିଲେ କିନ୍ତୁ ଏହି ଚମତ୍କାର ପଛର କାରଣ ଜାଣିପାରିଲେନାହିଁ |

କାଳ ଭୈରବଙ୍କୁ ମଦିରା ଅର୍ପଣ କଲାବେଳେ ନିଜର ସମସ୍ତ ପାପ ଭଗବାନଙ୍କୁ ସମର୍ପଣ କରି ପୁଣ୍ୟ ରାସ୍ତାରେ ଚାଲିବ ପାଇଁ ସଂକଳ୍ପ କରିବା ଉଚିତ | ମଦିରା ଶକ୍ତି ଏକ ରୂପ ବୋଲି ବିଶ୍ୱାସ ରହିଛି | କିନ୍ତୁ ଏହି ଶକ୍ତିକୁ ଉପଭୋଗ କରିବା ଅନୁଚିତ | ଯେଉଁଆମେନ ଏହି ଶକ୍ତି ଉପଭୋଗ କରିଥାନ୍ତି ସେମାନେ ପଥଭ୍ରଷ୍ଟ ହୋଇଯାନ୍ତି |

ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ, ସ୍କନ୍ଦ ପୁରାଣର ଅବନ୍ତୀ ଖଣ୍ଡରେ ଏହି ମନ୍ଦିରର ବର୍ଣନା କରାଯାଇଛି | ଏହି ମନ୍ଦିରରେ ଭଗବାନ କାଳ ଭୈରବଙ୍କ ବୈଷ୍ଣବ ସ୍ୱରୂପ ପୂଜା ପାଇଥାନ୍ତି | ଅନେକ କିମ୍ବଦନ୍ତୀ ମଧ୍ୟ ମନ୍ଦିର ସହିତ ଜଡିତ ରହିଛି | ଉଜେଜେନର ରାଜା ଭଗବାନ ମହାକାଳ କାଳ ଭୈରବଙ୍କୁ ସହରର ସୁରକ୍ଷା ପାଇଁ ନିଯୁକ୍ତ କରିଥିଲେ | ଏଥିପାଇଁ କାଳ ଭୈରବଙ୍କୁ ସହରର ଜଗୁଆଳି ବୋଲି ମଧ୍ୟ କୁହାଯାଇଥାଏ |

 

   Related Posts