କଟକରେ ଉଜ୍ଜଲା ଯୋଜନା ବାଟବଣା

Published By : Prameya-News7 Bureau | June 08, 2018 IST

ଦେଶର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ପହଞ୍ଚିବ,ଏବଂ ପ୍ରତ୍ୟେକ ଘରେ ଏଲ ଇ ଡି ବଲ୍ବ ଜଳିବ ବୋଲି ଲକ୍ଷ ରଖିଛନ୍ତି ସରକାର ଏହି ଲକ୍ଷରେ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଉଜ୍ଜାଲା ଯୋଜନା ଯାହାର ମୂଳ ଉଦ୍ଦେଶ୍ୟ ହେଉଛି, ଗ୍ରାହକ ନିଜଘରେ ଉଜ୍ଜଳ ଆଲୋକ ପାଇବେ ଏବଂ ଶକ୍ତି ସଞ୍ଚୟ ହୋଇପାରିବ | କିନ୍ତୁ କଟକ ସହରରେ ଏହି ଜନହିତକାରୀ ଯୋଜନା ଯେମିତି ବାଟବଣା ହେଲା ଭଳି ଲାଗୁଛି | ଯେଉଁ ଏଲ ଇ ଡି ବଲ୍ବକୁ ରିହାତି ଦରରେ ଖାଉଟି ମାନେ ନେଇଛନ୍ତି , ତାହା ଦୀର୍ଘସ୍ଥାୟୀ ହେଉନାହିଁ | ଏବଂ ଓ୍ବାରେଣ୍ଟି ପିରିୟଡ ଭିତରେ ବଲ୍ବ ଫେରାଇବାକୁ ଆସିଲାବେଳେ ନାନଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି | ଭାରତ ସରକାରଙ୍କ ଉଜ୍ଜାଲା ଯୋଜନା ମୂତାବକ ରିହାତି ଦରରେ ଏଲ ଇ ଡି ବଲ୍ବ ନେଇଥିବା ଖାଉଟି ମାନଙ୍କୁ ଏବେ ବାର ବାରଦ୍ବାର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି | କାରଣ ଖରାପ ହୋଇଯାଇଥିବା ବଲ୍ବକୁ ଫେରାଇବାକୁ ଆସିଲେ ଡିଲରଙ୍କ ମନ୍ମାନିର ସାମ୍ନା କରିବାକୁ ପଡୁଛି | ତେବେ ଏଭଳି ଅବସ୍ଥାକୁ ଝେଲୁଥିବା ଗ୍ରାହକ ମାନଙ୍କର ପ୍ରତିକ୍ରିୟା କଣ, ଏବଂ ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ କି ପ୍ରକାରର ବିତଣ୍ତା ଯୁକ୍ତି ରଖୁଛନ୍ତି ଏଲ ଇ ଡି ବଲ୍ବର ଡିଲର, ଟିକିଏ ଶୁଣନ୍ତୁ | ସମସ୍ୟା କେବଳ ଏତିକିରେ ସୀମିତ ନାହିଁ | ଓ୍ବାରେଣ୍ଟି ପିରିୟଡ ଭିତରେ ଖରାପ ହୋଇଯାଉଥିବା ଏଲ ଇ ଡି ବଲ୍ବକୁ ବଦଳାଇବା ଲାଗି ମଧ୍ୟ ଗ୍ରାହକ ମାନଙ୍କୁ ଏ ଅଫିସରୁ ସେ ଅଫିସ ଦୌଡିବାକୁ ପଡୁଛି | ଅର୍ଥାତ ବଲ୍ବ ଯୋଗାଣ ସମୟରେ ସେସୁ ତରଫରୁ ବେଶ୍କିଛି ଦିନ ଯାଏଁ ପ୍ରଚାର କରାଗଲା ଏବଂ ପ୍ରତ୍ୟକ ଗ୍ରିଡ ଷ୍ଟେସନ୍ରେ ବଲ୍ବଗୁଡିକୁ ବିତରଣ ମଧ୍ୟ କରାଗଲା କିନ୍ତୁ ବଲ୍ବ ବଦଳାଇବାର କଥା ଆସିଲେ, ବିଦ୍ୟୁତ ବିଭାଗ ଯେମିତି ଗ୍ରାହକ ମାନଙ୍କ ସହିତ ଲୁଚକାଳି ଖେଳିବା ଆରମ୍ଭ କରିଦେଉଛି | ସେହି କାରଣରୁ ମହାନଦୀ ବିହାରର ବାସନ୍ଦା ମାନେ ଆସି, ପାଲାମଣ୍ତପ ସ୍ଥିତ ସେସୁ କାର୍ଯ୍ୟାଳୟ ପରିସରରୁ ବଲ୍ବ ବଦଳାଇବାକୁ ବାଧ୍ୟ ହେଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.