ଆଇପିଏସ ଅଫିସରଙ୍କ ଶିବତାଣ୍ଡବ ସୋସିଆଲ ମିଡିଆରେ ଭାଇରାଲ୍ : ୟୁଜର୍ସ କହିଲେ ବମ୍ ବମ୍ ଭୋଲେ

Published By : Prameya-News7 Bureau | February 21, 2020 IST

ଭୋପାଳ ୨୧/୨: ଭିନ୍ନ ଅବତାରରେ ଆଇପିଏସ ଅଫିସର । ସାଧାରଣତଃ ଡ୍ୟୁଟି ପାଇଁ ଆଇପିଏସ ଅଫିସରମାନେ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ମଧ୍ୟପ୍ରଦେଶର ଜଣେ ଆଇପିଏସ ଅଫିସର ଡିଫରେଣ୍ଟ ଅବତାରରେ ନଜର ଆସିଛନ୍ତି । ରାଜଧାନୀ ଭୋପାଳରେ ଆୟୋଜିତ ହୋଇଥିବା IPS ସମ୍ମିଳନୀରେ ଉଜ୍ଜୈନ SP ସଚିନ ଅତୁଲକର ତାଣ୍ଡବ କରୁଥିବାର ନଜର ଆସିଛନ୍ତି । ଶିବ ତାଣ୍ଡବର ତାଳେ ତାଳେ ସଚିନଙ୍କ ଏହି ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ଧୋତି ପିନ୍ଧି, ହାତରେ ନିଆଁ ଧରି ତାଣ୍ଡବ କରିଥିଲେ ସଚିନ ।

wp:core-embed/youtube {"url":"https://www.youtube.com/watch?v=BpXlaYMf6Y0","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=BpXlaYMf6Y0
/wp:core-embed/youtube

ଲୋକେ ସଚିନଙ୍କୁ ଅତ୍ୟଧିକ ପ୍ରଶଂସା କରୁଛନ୍ତି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ।  

{"id":227102,"width":579,"height":317,"sizeSlug":"large"}

ସଚିନ୍ ଅତୁଲକର ଏହା ପୂର୍ବରୁ ମଧ୍ୟ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ମଧ୍ୟପ୍ରଦେଶରେ ସଚିନଙ୍କ ବଡି ଏବଂ ଫିଟନେସ୍  ଯୋଗୁଁ ତାଙ୍କୁ ୟୁଥ ଆଇକନ୍ କୁହାଯାଇଥାଏ।

{"id":227103,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.