Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

କରୋନାରୁ ମୁକ୍ତି ପାଇଁ ଶେଷରେ ଭଗବାନଙ୍କ ଶରଣରେ ପ୍ରଶାସନ, ମନ୍ଦିରରେ ଲଗାଇଲେ ଭୋଗ, ମାତାଙ୍କଠାରେ ଚଢାଇଲେ ମଦ

14/06/2020 at 7:35 PM

ଉଜ୍ଜୈନ ୧୪।୦୬: ମଧ୍ୟ ପ୍ରଦେଶର ରେଡ୍ ଜୋନ୍‌ ସହର ଉଜ୍ଜୈନରେ କରୋନାର ପ୍ରକୋପ ଏମିତି ରହିଛି ଯେ, ଲୋକଙ୍କ କଥା ଛାଡନ୍ତୁ ଏବେ ସରକାରୀ ବାବୁ ମଧ୍ୟ ଭଗବାନଙ୍କ ଶରଣରେ। କରୋନା ସଂକ୍ରମଣକୁ ରୋକିବା ଲାଗି ସମସ୍ତ ଉପାୟ ଓ ପଦକ୍ଷେପ ମଧ୍ୟରେ ଜିଲ୍ଲାପାଳ ଓ ଏସପି ମନ୍ଦିର ପହଞ୍ଚିଛନ୍ତି। ଇତିହାସରେ ପ୍ରଥମ ଥର ଜିଲ୍ଲାପାଳ ଆଶିଷ ସିଂହ ଓ ପୋଲିସ ଅଧୀକ୍ଷକ ମନୋଜ ସିଂହ ଶନିବାର ଅଷ୍ଟମି ତିଥି ଅବସରରେ ୨୪ ଖମ୍ବା ସ୍ଥିତ ମହାଳୟ ଏବଂ ମହାମାୟା ମାତା ଜୀଙ୍କଠାରେ ପୂଜା କରି କରୋନା ଭୂତାଣୁ ମହାମାରୀ ସମାପ୍ତ ପାଇଁ ପ୍ରାର୍ଥନା କରିଛନ୍ତି।

ସହରରେ ଥମୁନାହିଁ କରୋନା ପ୍ରକୋପ୍

ପ୍ରାୟ ତିନି ମାସ ହେବ ଉଜ୍ଜୈନରେ କରୋନାର ପ୍ରକୋପ ଜାରି ରହିଛି। ଶାସନ ପ୍ରଶାସନ ସହରରେ କରୋନାର ପ୍ରତିରୋଧ ଲାଗି ଦିନରାତି ଏକ କରି ଦେଇଛନ୍ତି, ହେଲେ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଏହାକୁ ଆସ୍ଥା କୁହାଯିବ ନା ଅନ୍ଧବିଶ୍ଵାସ ମାତ୍ର ପ୍ରଶାସନ ଏବେ କରୋନା ଭୂତାଣୁର ସଂକ୍ରମଣରୁ ମୁକ୍ତି ଦେବା ପାଇଁ ଭଗବାନଙ୍କ ଶରଣରେ ପହଞ୍ଚି ଯାଇଛନ୍ତି। ଶନିବାର ସକାଳ ୮ଟାରେ ମାତା ମନ୍ଦିରରେ ଢୋଲ କୀର୍ତ୍ତନ ସହ ପ୍ରଶାସନର ଅଧିକାରୀ ସହରବାସୀଙ୍କ ସହିତ ମାତା ରାଣୀ ମନ୍ଦିରରେ ପହଞ୍ଚିଥିଲେ। ଭକ୍ତଙ୍କ ଜୟ ଜୟକାରରେ ଉଜ୍ଜୈନ ସହର ଗୁଞ୍ଜି ଉଠିଥିଲା। ଲକ୍‌ଡାଉନ୍‌ ପରେ ଅନଲକ୍‌-୧ ସମୟରେ ପ୍ରଥମ ଥର ଜନକଲ୍ୟାଣ ଭାବନରେ ସହରରେ ଏହି ପରି ଧାର୍ମିକ କାର୍ଯ୍ୟକ୍ରମ ସାମୂହିକ ଆୟୋଜିତ କରାଯାଇଛି।

ଏହି ଅବସରରେ କଲେକ୍ଟର ଆଶିଷ ସିଂହ ଓ ଏସପି ମନୋଜ ସିଂହ ଉଜ୍ଜୈନବାସୀଙ୍କ ପକ୍ଷରୁ ପ୍ରତିନିଧିତ୍ଵ କରି ମାତା ରାଣୀଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହା ସହିତ ମାତାଙ୍କଠାରେ ମଦ ଚଢାଇଛନ୍ତି। ସେ ଉଜ୍ଜୈନ ସହରକୁ ମହାମାରୀରୁ ମୁକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ଏହି ମନ୍ଦିରରେ ବର୍ଷରେ ଥରୁଟିଏ ଚୈତ୍ର ନବରାତ୍ରର ଅଷ୍ଟମୀ ତିଥିରେ ଦେବୀଙ୍କଠାରେ ମଦ ଚଢାଯାଏ।

ଏଥିପାଇଁ ଚଢାଗଲା ମଦ

କିମ୍ବଦନ୍ତୀ ଅନୁଯାୟୀ ରାଜା ବିକ୍ରମାଦିତ୍ୟ ନିଜ ପ୍ରଜାଙ୍କୁ ମହାମାରୀକୁ ବଞ୍ଚାଇବା ପାଇଁ ୨୪ ଖମ୍ବା ସ୍ଥିତ ଏହି ମାତା ମନ୍ଦିରରେ ମଦ ଚଢାଇ ପୂଜାର୍ଚ୍ଚନା କରୁଥିଲେ। ସହର ବର୍ତ୍ତମାନ କରୋନା ସଂକ୍ରମଣରେ ସଂକ୍ରମିତ। ଏହି ମହାମାରୀରୁ ଜନତାଙ୍କୁ ବଞ୍ଚାଇବା ଲାଗି ଉଜ୍ଜୈନ କଲେକ୍ଟର ମଧ୍ୟ ମାତାଙ୍କଠାରେ ମଦ ଚଢାଇଛନ୍ତି। ତାଙ୍କ ସହିତ ଏସପି ମନୋଜ ସିଂହ ମଧ୍ୟ ଉପସ୍ଥିତ ଥିଲେ। କଲେକ୍ଟର ଏଠାରେ ପୂଜା କରିବା ପରେ ଭୈରବ ମନ୍ଦିରରେ ମଧ୍ୟ ମଦ ଚଢାଇଛନ୍ତି।

   Related Posts