ସାକ୍ଷୀଙ୍କ ଲାଇଭ୍ ଭିଡିଓରେ ଧୋନୀଙ୍କୁ ଦେଖି ପୁଣି କମେଣ୍ଟ କଲେ ଚହଲ, ଲେଖିଲେ...

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ, ୧୨|୦୫ :  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁନଥିଲେ ମଧ୍ୟ ତାଙ୍କ ପ୍ରଶଂସକମାନେ ମାହିଙ୍କ ବାବଦରେ ସମସ୍ତ ତଥ୍ୟ ସହଜରେ ପାଇଯାନ୍ତି । ଧୋନୀଙ୍କ ପତ୍ନୀ ସାକ୍ଷୀ ଅଧିକାଂଶ ସମୟରେ ଇନଷ୍ଟାଗ୍ରାମରେ ଧୋନୀଙ୍କ ବାବଦରେ ଫ୍ୟାନମାନଙ୍କୁ ଅପଡେଟ୍ କରିଥାନ୍ତି । ଏବେ କରୋନା ଭାଇରସ ପାଇଁ ସମସ୍ତ କ୍ରିକେଟର ନିଜ ଘରେ ରହିଛନ୍ତି । ଧୋନୀ ମଧ୍ୟ ରାଞ୍ଚୀସ୍ଥିତ ଫାର୍ମହାଉସରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।

ସାରା ବିଶ୍ୱରେ ଧୋନୀଙ୍କ ଫ୍ୟାନ୍ ରହିଛନ୍ତି । ଏପରିକି ତାଙ୍କ ସାଥି ଖେଳାଳି ମଧ୍ୟ ମାହିଙ୍କୁ ସମ୍ମାନ ଦେଇଥାନ୍ତି । ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଧୋନୀଙ୍କ ଫ୍ୟାନ୍ ତାଲିକାରେ ଆଗରେ ରହିଛନ୍ତି । ସେ ସାକ୍ଷୀଙ୍କ ଇନଷ୍ଟା ଲାଇଭରେ ଧୋନୀଙ୍କ ପାଇଁ କମେଣ୍ଟ୍ ଦେଇଛନ୍ତି । ସେ ଚାହାଁନ୍ତି କି ନଜର ଚହଲ୍ ଟିଭିରେ ଧୋନୀ ଅତିଥି ହୋଇ ଆସନ୍ତୁ । ଏହାପୂର୍ବରୁ ମଧ୍ୟ ଚହଲ ସାକ୍ଷୀଙ୍କ ଭିଡିଓରେ କମେଣ୍ଟ କରିଥିଲେ । ନିକଟରେ ସାକ୍ଷୀ କରିଥିବା ଇନଷ୍ଟା ଲାଇଭରେ ଚହଲ କହିଛନ୍ତି ଯେ, ଥାଲା ଓ୍ୱାନ୍ ମୋର୍ ଟାଇମ୍ ବା ଆଉ ଥରେ ଧୋନୀ । ଏହି ଭିଡିଓରେ ଧୋନୀ ନିଜ ଘର ବଗିଚାରେ ବସିବା ସହ ତାଙ୍କ ଝିଅ ଜୀଭା ଓ ଏକ ପୋଷା କୁକୁର ସହ ଖେଳୁଥିଲେ । ଅନ୍ୟ ଫ୍ୟାନମାନେ ମଧ୍ୟ ଧୋନୀଙ୍କ ଏହି ଭିଡିଓରେ କମେଣ୍ଟ କରିଛନ୍ତି ।

wp:core-embed/instagram {"url":"https://www.instagram.com/p/CADKQUQp6fb/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CADKQUQp6fb/?utm_source=ig_embed
/wp:core-embed/instagram

କିଛିଦିନ ପୂର୍ବରୁ ଚହଲ ସୋସିଆଲ ମିଡିଆରେ ଧୋନୀଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଏଥିରେ ଧୋନୀଙ୍କ ତିଲ୍ଲୀ ଡକରାକୁ ସେ ମିସ୍ କରୁଥିବା ଲେଖିଥିଲେ । ସୂଚନାଯୋଗ୍ୟ, ଧୋନୀ ୨୦୧୯ ବିଶ୍ୱକପ ସେମିଫାଇନାଲଠୁ କୌଣସି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ ଖେଳୁ ନାହାଁନ୍ତି । ଏପରିକି ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

wp:core-embed/twitter {"url":"https://twitter.com/Thaladhoniabar1/status/1259833529384329216?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259833529384329216\u0026ref_url=https%3A%2F%2Fwww.livehindustan.com%2Fcricket%2Fstory-yuzvendra-chahal-comment-again-on-sakshi-dhoni-instagram-live-after-spotting-with-daughter-says-thala-one-more-time-watch-adorable-video-3209396.html","type":"rich","providerNameSlug":"twitter","className":""}
https://twitter.com/Thaladhoniabar1/status/1259833529384329216?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259833529384329216&ref_url=https%3A%2F%2Fwww.livehindustan.com%2Fcricket%2Fstory-yuzvendra-chahal-comment-again-on-sakshi-dhoni-instagram-live-after-spotting-with-daughter-says-thala-one-more-time-watch-adorable-video-3209396.html
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.