ଆଧାର କାର୍ଡରେ ନାଁ, ଠିକଣା ଓ ଜନ୍ମ ତିଥି ପରିବର୍ତ୍ତନ ପାଇଁ ଏହିସବୁ ଡକ୍ୟୁମେଣ୍ଟ ଦରକାର, UIDAI ଜାରି କଲେ ତାଲିକା

Published By : Prameya-News7 Bureau | September 13, 2019 IST

ଆଧାର କାର୍ଡରେ ଆଡ୍ରେସ ବା ଠିକଣା ଅପ୍‌ଡେଟ କରିବା ନିହାତି ଜରୁରୀ। ଘର ବଦଳିଲେ ସେହି ଅନୁସାରେ ଠିକଣା ମଧ୍ୟ ଅପଡେଟ କରାଯାଏ। କାରଣ ଭାରତୀୟ ଲୋକଙ୍କ ପାଇଁ ଆଧାର ଏବେ ବେଶ ମହତ୍ବପୂର୍ଣ୍ଣ ହୋଇଗଲାଣି। ତେଣୁ ଏଥିରେ କୌଣସି ସୂଚନା ଭୁଲ ଥିଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ଆଧାର କାର୍ଡରେ ଭୁଲ ସୂଚନା ରହିଲେ ସବୁ ଜରୁରୀ ଡକ୍ୟୁମେଣ୍ଟରେ ଭୁଲ ଇନ୍‌ଫର୍ମେଶନ ହୋଇଯିବ। ତେବେ ଆଧାରରେ ନାଁ, ଠିକଣା ଓ ଡେଟ ଅଫ ବାର୍ଥ ପରିବର୍ତ୍ତନ କରିବା ପାଇଁ କେଉଁ ଡକ୍ୟୁମେଣ୍ଟ ଦରକାର ହେବ ତାହା ଜାମିବା ନିହାତି ଜରୁରୀ। ଏହି ୩ଟି ଜିନିଷ ଅପଡେଟ୍‌ କରିବା ପାଇଁ UIDAI ୧୦୩ଟି ଡକ୍ୟୁମେଣ୍ଟ ତାଲିକା ପ୍ରସ୍ତୁତ କରିଛନ୍ତି। ସେଗୁଡିକ ହେଲା-

୧- ପାସପୋର୍ଟ

୨- ପାନ କାର୍ଡ

୩- ରାଶନ/ପିଡିଏସ ଫଟୋ କାର୍ଡ

୪- ଭୋଟର ଆଇ କାର୍ଡ

୫- ଡ୍ରାଇଭିଂ ଲାଇସେନ୍ସ

୬- ସରକାରୀ ଫଟୋ ପରିଚୟ ପତ୍ର

୭- ଏନ୍‌ଆରଇଜିଏସ ଜବ କାର୍ଡ

୮- ଶିକ୍ଷା ଅନୁଷ୍ଠାନ ଦ୍ବାରା ଦିଆଯାଇଥିବା ପରିଚୟ ପତ୍ର

୯- ବନ୍ଧୁକ ଲାଇସେନ୍ସ

୧୦- ଫଟୋ ବ୍ୟାଙ୍କ ଏଟିଏମ୍‌ କାର୍ଡ

୧୧- ଫଟୋ କ୍ରେଡିଟ କାର୍ଡ

୧୨- ପେନଶନର ଫଟୋ କାର୍ଡ

୧୩- ସ୍ବାଧୀନତା ସଂଗ୍ରାମୀ ପରିଚୟ ପତ୍ର

୧୪- ଚାଷୀ ପରିଚୟ ପତ୍ର

୧୫- CGHS/ECHS ଫଟୋ କାର୍ଡ

୧୬- ନାଁ ଓ ଫଟୋ ଯାହା ଡାକ ବିଭାଗ ଦ୍ବାରା ଜାରି କରାଯାଇଥିବ

୧୭- ଫଟୋ ସହ ପରିଚୟ ପତ୍ର ସାର୍ଟିଫିକେଟ ଯାହା ଗେଜେଟେଡ୍‌ ଅଫିସର ଦ୍ବାରା ଜାରି କରାଯାଇଥିବ।

୧୮- ଦିବ୍ୟାଙ୍ଗ ପରିଚୟ ପତ୍ର

୧୯- ଭାମଶାହ କାର୍ଡ

୨୦- ଅଧୀକ୍ଷକ/ୱାର୍ଡେନ/ମେଟ୍ରନଙ୍କ ଦ୍ବାରା ଦିଆଯାଇଥିବା ପରିଚୟ ପତ୍ର

୨୧- ସାଂସଦ ପରିଚୟ ପତ୍ର

୨୨- ଗ୍ରାମ ପଞ୍ଚାୟତ ଦ୍ବାରା ଦିଆଯାଇଥିବା ପରିଚୟ ପତ୍ର

୨୩- ବିବାହ ପ୍ରମାଣପତ୍ର

୨୪- RBSY କାର୍ଡ

୨୫- ଆବେଦନକାରୀ ଫଟୋ ଥିବା ଏସଏସଏଲସି ଖାତା

୨୬- ଫଟୋ ସହ ଏସଟି, ଏସସି ବା ଓବିସି ପ୍ରମାଣପତ୍ର

୨୭- ସ୍କୁଲ ଛାଡିବା ସାର୍ଟିଫିକେଟ(ଏସଏଲସି), ସ୍କୁଲ ଟ୍ରାନ୍ସଫର ସାର୍ଟିଫିକେଟ(ଟିସି)

୨୮- ସ୍କୁଲର ମୁଖ୍ୟଙ୍କ ଦ୍ବାରା ଦିଆଯାଇଥିବା ସ୍କୁଲ ରେକର୍ଡ ସୂଚନା

୨୯- ବ୍ୟାଙ୍କ ପାସ ବୁକ୍‌

ଜନ୍ମ ତାରିଖ ବଦଳିବା ପାଇଁ ଏହି ସବୁ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ-

୧- ପୌର ଅଧିକାରୀ ଦେଇଥିବା ଜନ୍ମ ପ୍ରମାଣ ପତ୍ର

୨- ଏସଏଲଏସି ବୁକ୍‌/ସାର୍ଟିଫିକେଟ୍‌

୩- ପାସପୋର୍ଟ

୪- ପାନ କାର୍ଡ

୫- ଜନ୍ମ ପ୍ରମାଣପତ୍ର

୬- ମାର୍କଶିଟ୍‌(ସରକାରୀ ବୋର୍ଡ ବା ବିଶ୍ବବିଦ୍ୟାଳୟ)

୭- ସରକାରୀ ଫଟୋ ପରିଚୟ ପତ୍ର

୮- କେନ୍ଦ୍ରୀୟ/ ରାଜ୍ୟ ପେନଶନ୍‌ କାଗଜପତ୍ର

୯- କେନ୍ଦ୍ର ସରକାର ସ୍ବାସ୍ଥ୍ୟ ସେବା ଯୋଜନା ପରିଚୟ ପତ୍ର ବା ଫଟୋ କାର୍ଡ

୧୦- ଶିକ୍ଷା ଅନୁଷ୍ଠାନ ଦ୍ବାରା ଦିଆଯାଇଥିବା ପରିଚୟ ପତ୍ର

୧୧- ସ୍କୁଲ ଛାଡିବା ସାର୍ଟିଫିକେଟ(ଏସଏଲସି), ସ୍କୁଲ ଟ୍ରାନ୍ସଫର ସାର୍ଟିଫିକେଟ(ଟିସି)

୧୩- ସ୍କୁଲ ଦ୍ବାରା ଜାରି କରାଯାଇଥିବା ସ୍କୁଲ ରେକର୍ଡ ଯେଉଁଥିରେ ନାଁ, ଜନ୍ମ ତିଥି ଓ ଫଟୋ ସାମିଲ ଥିବ

{"id":157033,"width":516,"height":701}

ସଂସ୍ଥାର ପ୍ରମୁଖ

ଠିକଣା ବଦଳାଇବା ପାଇଁ ଏହି ସବୁ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ-

୧- ପାସପୋର୍ଟ

୨- ବ୍ୟାଙ୍କ ଷ୍ଟେଟମେଣ୍ଟ

୩- ପୋଷ୍ଟ ଅଫିସ୍‌ ଆକାଉଣ୍ଟ ଷ୍ଟେଟମେଣ୍ଟ/ପାସବୁକ୍‌

୪- ରାଶନ କାର୍ଡ

୫- ଭୋଟର ପରିଚୟ ପତ୍ର

୬- ଡ୍ରାଇଭିଂ ଲାଇସେନ୍ସ

୭- ପିଏସ୍ୟୁ ଦ୍ବାରା ଜାରି କରାଯାଇଥିବା ସରକାରୀ ଫଟୋ ପରିଚୟ ପତ୍ର

୮- ବିଦ୍ୟୁତ୍‌ ବିଲ୍‌(ତିନି ମାସରୁ ଅଧିକ ପୁରୁଣା ହୋଇନଥିବ)

୯- ପାଣି ବିଲ୍‌(ତିନି ମାସରୁ ଅଧିକ ପୁରୁଣା ହୋଇନଥିବ)

୧୦- ଟେଲିଫୋନ ଲ୍ୟାଣ୍ଡଲାଇନ୍‌ ବିଲ(ତିନି ମାସରୁ ଅଧିକ ପୁରୁଣା ହୋଇନଥିବ)

୧୧-ସମ୍ପତ୍ତିକର ରସିଦ୍‌( ଗୋଟେ ବର୍ଷରୁ ଅଧିକ ପୁରୁଣା ହୋଇନଥିବ)

୧୨- କ୍ରେଡିଟ୍‌ କାର୍ଡ ଷ୍ଟେଟମେଣ୍ଟ(ତିନି ମାସରୁ ଅଧିକ ପୁରୁଣା ହୋଇନଥିବ)

୧୩- ବିମା ପଲିସି

୧୪-ବ୍ୟାଙ୍କ ଲେଟରହେଡରେ ଦସ୍ତଖତ ସହ ପତ୍ର

୧୫- NREGS ଜବ କାର୍ଡ

୧୬- ବନ୍ଧୁକ ଲାଇସେନ୍ସ

୧୭- ପେନଶନ କାର୍ଡ

୧୮- ସ୍ବାଧୀନତା ସଂଗ୍ରାମୀ କାର୍ଡ

୧୯- ଚାଷୀ ପାସବୁକ

୨୦- CGHS/ECHS କାର୍ଡ

୨୧- କମ ଟ୍ୟାକ୍ସ ଆସେସମେଣ୍ଟ ଅର୍ଡର

୨୨- ଗାଡି ପଂଜିକରଣ ପ୍ରାମାଣପତ୍ର

୨୩- ଡାକ ବିବାଗ ଦ୍ବାରା ଜାରି କରାଯାଇଥିବା ଫଟୋ କାର୍ଡ

୨୪- ରାଜ୍ୟ ସରକାର ଦ୍ବାରା ଜାରି କରାଯାଇଥିବା ଫଟୋ ପ୍ରମାଣପତ୍ର

୨୫- ରାଜ୍ୟ/ କେନ୍ଦ୍ର ଶାସିତ ପ୍ରଦେଶ ସରକାର/ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ପ୍ରମାଣପତ୍ର/ଦିବ୍ୟାଙ୍ଗ ଚିକିତ୍ସା ପ୍ରମାଣପତ୍ର

୨୬- ଗ୍ୟାସ କନେକ୍ସନ ବିଲ

୨୭- ପତି ବା ପତ୍ନୀଙ୍କ ପାସପୋର୍ଟ

୨୮- ମାଆ ବାପାଙ୍କ ପାସପୋର୍ଟ

୨୯- କେନ୍ଦ୍ର ବା ରାଜ୍ୟ ସରକାର ଦ୍ବାରା ଜାରି କରାଯାଇଥିବା ଆବାସ ପତ୍ର

୩୦- ସରକାର ଦ୍ବାରା ଜାରି କରାଯାଇଥିବା ପ୍ରମାଣପତ୍ର

୩୧- ଭାମାଶାହ କାର୍ଡ

୩୨- ଏସଏଲଏସି ଫଟୋ ବୁକ

୩୩- ସ୍କୁଲ ଆଇକାର୍ଡ

୩୪- ଏସଏଲସି, ଟିସି

୩୫- ସ୍କୁଲ ପ୍ରମୁଖ ଦ୍ବାରା ଦିଆଯାଇଥିବା ସ୍କୁଲ ରେକର୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.