Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଧାର ନିୟମରେ ହେଲା ବଡ ପରିବର୍ତ୍ତନ, ଆଉ ବାରମ୍ବାର କରି ପାରିବନି ଅପଡେଟ୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଦେଶରେ ଆଧାର ନିୟମରେ ବଡ ପରିବର୍ତ୍ତନ ହୋଇଛି। ଆଧାରକାର୍ଡ ଜାରୀ କରୁଥିବା ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ନଭେମ୍ବର ୮ ତାରିଖ ଶୁକ୍ରବାର ଏହି ପରିବର୍ତ୍ତନ କରିଛନ୍ତି। ଏଥିରେ ଆଧାର ଅପଡେଟିଂ କରିବାର ଅନେକ ନିୟମ ପରିବର୍ତ୍ତନ ହୋଇଥିବା ବେଳେ ଏବେ ବାରମ୍ବାର ଆଧାର ଅପଡେଟିଂ କରିବା ଆଉ ସମ୍ଭବ ହେବନି।

ଏହି ସବୁଥିରେ ହେବ ସମସ୍ୟା
ୟୁଆଇଡିଏଆଇଙ୍କ ପରିବର୍ତ୍ତନ ପରେ ଯେଉଁ ସବୁ ଅପଡେଟ୍ ଦ୍ୱିତୀୟବାର ସମ୍ଭବ ହେବନି ତାହା ହେଉଛି ନାମ, ଲିଙ୍ଗ ଓ ଜନ୍ମ ତାରିଖ। ପରିବର୍ତ୍ତନ ପରେ ଏବେ କୌଣସି ବ୍ୟକ୍ତି ତାଙ୍କ ନାମକୁ ମାତ୍ର ଦୁଇଥର ବଦଳାଇ ପାରିବେ। ଏହାଛଡା ଜନ୍ମ ତାରିଖରେ ତ୍ରୁଟି ଥିଲେ ଥରେ ପରିବର୍ତ୍ତନ କରିବାର ସୁଯୋଗ ମିଳିବ। ଏଥିରେ ପ୍ରତି ୩ ବର୍ଷରେ ଥରେ ପରିବର୍ତ୍ତନ କରାଯାଇପାରିବ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ଜନ୍ମ ୧୯୮୦ ମସିହାରେ ତେବେ ଆପଣ ୧୯୮୩ ଓ ୧୯୮୬ରେ ଜନ୍ମ ତାରିଖ ପରିବର୍ତ୍ତନ କରିପାରିବେ।

ଥରଟିଏ ହୋଇ ପାରିବ ଲିଙ୍ଗ ପରିବର୍ତ୍ତନ
ଆଧାରରେ ଯଦି ସ୍ତ୍ରୀଲିଙ୍ଗ ଅଥବା ପୁଲିଙ୍ଗରେ କୌଣସି ତ୍ରୁଟି ଥାଏ ତେବେ ଥରଟିଏ ବଦଳାଯାଇପାରିବ। ତେବେ ଆଧାରଧାରୀ ତାଙ୍କ ଠିକଣା, ଫୋନ ନମ୍ବର ଓ ଇ-ମେଲ ଯେତେଥର ଚାହିଁବେ ବଦଳାଇପାରିବେ। ତେବେ ଏଥିଲାଗି ତାଙ୍କୁ ନିର୍ଦ୍ଧାରିତ ଶୁଳ୍କ ପୈଠ କରିବାକୁ ପଡିବ।

ତେବେ ଏମାନଙ୍କୁ ମିଳିବ ରିହାତି
ଯେଉଁମାନେ ଆଧାରରେ ଥିବା ତ୍ରୁଟି ଲଗାତାର ସୁଧାର କରିଛନ୍ତି ଓ ସୁଧାରସତ୍ତ୍ୱେ ବି କିଛି ଭୁଲ ରହିଯାଉଛି, ସେମାନଙ୍କୁ ତ୍ରୁଟି ସଂଶୋଧନ ଲାଗି କୌଣସି ଶୁଳ୍କ ପୈଠ କରିବାକୁ ପଡିବ ନାହିଁ। ସେମାନେ କେବଳ ଆଧାର କେନ୍ଦ୍ରକୁ ଯାଇ ସେମାନେ ଚାହୁଁଥିବା ପରିବର୍ତ୍ତନ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ ପୂର୍ବକ ୟୁଏଆଇଡିଆଇଙ୍କୁ ଇ-ମେଲ କଲେ ସେମାନଙ୍କ ଆଧାର ସମ୍ପର୍କିତ ସମସ୍ୟାର ଯାଞ୍ଚ ପରେ ସମାଧାନ ହେବ।

1745 Views

   ସମ୍ବନ୍ଧିତ ଖବର