ଉହାନରୁ ହଟିଲା ଲକ୍‌ଡାଉନ୍‌ , କରୋନା ସଂକ୍ରମିତ ପ୍ରଥମ ସହର ଦୁଇ ମାସ ହେଲା ଥିଲା ଆବଦ୍ଧ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪।୦୩ : ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରାବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ବର୍ତ୍ତମାନ ସୁଦ୍ଧା ୧୯୫ଟି ଦେଶକୁ ବ୍ୟାପିସାରିଲାଣି କରୋନା ଭାଇରସ । ଏହା ମାରାତ୍ମକ ଭାଇରସରେ ୧୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେବେ ଚୀନ୍‌ ଉହାନ୍‌ ସହରରୁ କରୋନା ଭାଇରସ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଚୀନ୍‌ ସରକାର ଉହାନ ସହରରୁ କଟକଣା ହଟାଇଛନ୍ତି ।  ଉହାନ ସହରରୁ ଲକ୍‌ଡାଉନ୍‌ କଟକଣା ହଟାଇଛନ୍ତି ଚୀନ୍‌ ସରକାର ।  

ଦୀର୍ଘ ଦୁଇ ମାସ ଧରି ଉହାନ ସହରରେ କରୋନା ଭାଇରସ ବ୍ୟାପିଥିବାରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସ୍ଥାନୀୟ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଉହାନରେ ଲକ୍‌ଡାଉନ୍‌ ସ୍ଥିତି ଘୋଷଣା କରିଥିଲେ । ଏବଂ ସମ୍ପୂର୍ଣ୍ଣ ସହରକୁ କଟକଣା ମଧ୍ୟରେ ରଖିଥିଲେ । ତେବେ ଚୀନ୍‌ ଓ ଉହାନ୍‌ ପ୍ରାନ୍ତରରେ ଧୀରେ ଧୀରେ ଲୋକମାନେ ସୁସ୍ଥ ହେବାରୁ ସରକାର କଟକଣା ହଟାଇଛନ୍ତି । ଉହାନ ସହରରେ ଲାଗିଥିବା ଲକ୍‌ଡାଉନ୍‌ କଟକଣାକୁ ହଟାଇଛନ୍ତି ଚୀନ୍‌ ସରକାର । ସୋମବାର ବିଳମ୍ବିତ ରାତିରେ କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଉହାନ ଉପରୁ କଟକଣା ହଟାଯାଇଛି । ସ୍ଥାନୀୟଲୋକଙ୍କ ଆବେଦନକୁ ସରକାର ବିଚାର କରି ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଗତକିଛି ଦିନ ଧରି ଉହାନ କୌଣସି କରୋନ ସଂକ୍ରମଣର ମାମଲା ଆସିନାହିଁ କି କୌଣସି ମୃତ୍ୟୁ ହୋଇନାହିଁ । ତେଣୁ ଶେଷରେ ବାଧ୍ୟ ହୋଇ ସରକାର କଟକଣା ହଟାଇଛନ୍ତି ।

ତେବେ ନିୟମ କୋହଳ କରାଯାଇଥିଲେ ମଧ୍ୟ କିଛିଟ କଟକଣା ଜାରି କରାଯାଇଛି । ଯେପରି ସହର ଭିତରକୁ ପ୍ରବେଶ କରିବାକୁ ହେଲେ ପ୍ରତ୍ୟେକ ଲୋକଙ୍କ ନାମ ରେଜିଷ୍ଟ୍ରେସନ କରିବାକୁ ପଡିବ । ଯେଉଁମାନେ ସୁସ୍ଥ ଅଛନ୍ତି । ସେମାନ ନିଜର ସ୍ବାସ୍ଥ୍ୟଗତ ରିପୋର୍ଟ ଦେଖାଦେଇବାକୁ ପଡିବ । ସହରରୁ ସମସ୍ତ ରାସ୍ତାରୁ ଅବରୋଧ ହଟାଯାଇଛି । ଖୁବଶୀଘ୍ର ସାଧାରଣଜନତା ପରିବହନ ଆରମ୍ଭ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.