ଉହାନ ଲ୍ୟାବରେ ପଶୁଙ୍କ ଜିନ୍ ବଦଳାଉଛନ୍ତି ବୈଜ୍ଞାନିକ, ଦେଉଛନ୍ତି ଭୂତାଣୁ ଇଞ୍ଜେକ୍ସନ

Published By : Prameya-News7 Bureau | June 08, 2021 IST

ଉହାନ, ୦୮/୦୬ : କରୋନା ସଂକ୍ରମଣ ଆରମ୍ଭରୁ ସାରା ବିଶ୍ୱର ଟାର୍ଗେଟ୍‌ରେ ଥିବା ଚୀନ୍‌କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବ୍ରିଟେନ୍‌ର ଜଣେ ସାମ୍ବାଦିକଙ୍କ ମୁତାବକ ଉହାନ ଲାବ୍‌ରେ ଜେନେଟିକ୍‌ ଇଞ୍ଜିନିୟରିଂ ସହାୟତାରେ ୧,୦୦୦ରୁ ଅଧିକ ପଶୁଙ୍କ ଜିନ୍‌ ବଦଳା ଯାଇଥିଲା । ଭୂତାଣୁ ଟିକା ବି ଲଗାଯାଇଥିଲା । ଏହି ପଶୁଗୁଡ଼ିକ ମଧ୍ୟରେ ମାଙ୍କଡ଼ ଓ ଠେକୁଆ ସାମିଲ ରହିଥିଲା ।

ଜ୍ୟାସ୍‌ପର ବେକର ନାମକ ଏହି ସାମ୍ବାଦିକଙ୍କ ମୁତାବକ ଚୀନ୍‌ର ୱୁହାନ ଲାବ୍‌ରୁ ହିଁ କରୋନା ଭୂତାଣୁ ବ୍ୟାପିଛି । ଚୀନ୍‌ ଗଣମାଧ୍ୟମରେ ପ୍ରକାଶିତ ଅନେକ ରିପୋର୍ଟକୁ ଏକଜୁଟ କରି ବେକର ଏହି ନିର୍ଯାସରେ ପହଞ୍ଚିଛନ୍ତି ।ବେକରଙ୍କ ଏହି ସଦ୍ୟ ରିପୋର୍ଟ ଅନେକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ଚୀନ୍‌ର ପରୀକ୍ଷାଗାରରେ ପଶୁମାନଙ୍କୁ ଭୂତାଣୁ ଇଞ୍ଜେକ୍‌ସନ ଲଗାଯାଇଛି, ଯଦ୍ଦ୍ୱାରା ସେମାନଙ୍କର ଜିନ୍‌ ବଦଳି ପାରିବ ।

ବୈଜ୍ଞାନିକଙ୍କ ଆଶଙ୍କା ଯେ ଏହି ଇଞ୍ଜେକ୍‌ସନରେ ବ୍ୟବହୃତ ସାମଗ୍ରୀ କାରଣରୁ କରୋନା ଭୂତାଣୁ ସୃଷ୍ଟି ହୋଇ ବ୍ୟାପିଛି । ଏମିତି କି ଅନ୍ୟ ଦେଶରେ ଯେଉଁ ପରୀକ୍ଷା ବାରଣ କରାଯାଇଛି, ତାହା ୱୁହାନ ଲାବ୍‌ରେ ହୋଇଛି । ଏଠାରେ ମଣିଷଙ୍କ ଉପରେ ବି ଅନେକ ବଡ଼ ବଡ଼ ପରୀକ୍ଷା କରାଯାଉଛି, ଯାହାକୁ ବାକି ବିଶ୍ୱ ଅନୈତିକ ମନେକରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.