ୟୁଜିସିର ବଡ ନିଷ୍ପତ୍ତି : ଦେଶର ଏହି ୮ଟି ଶିକ୍ଷାନୁଷ୍ଠାନରେ ସାଧାରଣ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳିବନାହିଁ ୧୦ ପ୍ରତିଶତ ସଂରକ୍ଷଣ

Published By : Prameya-News7 Bureau | January 21, 2019 IST

ଦିଲ୍ଲୀ ୨୧/୧ : ଦେଶର ୮ଟି ଶିକ୍ଷାନୁଷ୍ଠାନରେ ଆର୍ଥିକ ପଛୁଆ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ମିଳିବନାହିଁ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଏହି ପ୍ରସଙ୍ଗରେ ଏକ ଚିଠି ଜାରି କରିଛି | ପତ୍ରରେ ଦର୍ଶାଇ ଦିଆଯାଇଛି ଯେ, ଦେଶର କେଉଁ କେଉଁ ଅନୁଷ୍ଠାନରେ ଏହି ସଂରକ୍ଷଣ ନିୟମ ଲାଗୁ ହେବ ଏବଂ କେଉଁ କେଉଁ ସଂସ୍ଥାରେ ଲାଗୁ ହେବନାହିଁ |

ୟୁଜିସିର ଯୁଗ୍ମ ସଚିବ ଡ. ଜିତେନ୍ଦ୍ର କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ, ଦେଶର ୪୦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୮ଟି ଡ଼ିମଡ଼ ଟୁ ବି ୟୁନିଭର୍ସିଟି, ଦିଲ୍ଲୀର ୫୪ଟି କଲେଜ, ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟର ୪ଟି କଲେଜ ଏବଂ ଆହ୍ଲାବାଦ ବିଶ୍ବବିଦ୍ୟାଳୟର ୧୧ଟି ଅନୁବନ୍ଧିତ କଲେରେ ଆର୍ଥିକ ଭାବେ ପଛୁଆ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ |

ତେବେ ଦେଶର ୮ଟି ଇନଷ୍ଟିଚ୍ୟୁଟ ଅଫ ଏକସଲେନ୍ସିରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନାହିଁ | ସଂରକ୍ଷଣ ବ୍ୟବସ୍ଥା ପରିସର ମଧ୍ୟରେ ରହୁଥିବା ସମସ୍ତ ସଂସ୍ଥାକୁ ୟୁଜିସି ମାର୍ଚ୍ଚ ୩୧ ସୁଦ୍ଧା ସିଟ ବୃଦ୍ଧି ନେଇ ଅନ୍ୟାନ୍ୟ ସୂଚନା ଜାରି କରିବା ପାଇଁ ନିର୍ଦେଶ ଦେଇଛି | ଏହିସବୁ ସଂସ୍ଥାରେ ନୂଆ ଭାବେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ |

ଏହି ସଂସ୍ଥାଗୁଡିକରେ ମିଳିବନି ସଂରକ୍ଷଣ-

ହୋମି ଭାବା ନ୍ୟାସନାଲ ଇନଷ୍ଟିଚ୍ୟୁଟ,  କଳ୍ପକମସ୍ଥିତଇନ୍ଦିରାଗାନ୍ଧି ସେଂଟର ଫର ଆଟୋମିକ ରିସର୍ଚ୍ଚ, ଇନ୍ଦୋରସ୍ଥିତ ରାଜା ରମନ୍ନା ସେଂଟର ଫର ଆଡଭାନ୍ସଡ ଟେକ୍ନୋଲୋଜି,  ଗନ୍ଧିନଗରସ୍ଥିତ ଇନଷ୍ଟିଚ୍ୟୁଟ ଫର ପ୍ଲାଜମା ରିସରର୍ଚ୍ଚ, କୋଲକାତାସ୍ଥିତ ଭେରିବଲ ଏନର୍ଜି ସାଇକ୍ଲୋଟନ  ସେଂଟର, କୋଲକାତାର ଲାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିଅର ଫିଜିକ୍ସ , ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମେଥମେଟିକାଲ ସାଇନ୍ସ,  ଚେନ୍ନାଇ ହରିଶ୍ଚନ୍ଦ୍ର ରିସର୍ଚ୍ଚ ଇନିଷ୍ଟିଚ୍ୟୁ, ମୁମ୍ବାଇ ଟାଟା ମେମୋରିଆଲ ସେଂଟର, ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଂଟାଲ ରିସର୍ଚ୍ଚ, ସିଲଂସ୍ଥିତ ନର୍ଥ ଇଷ୍ଟର୍ଣ୍ଣ ଇନ୍ଦିରା ଗାନ୍ଧୀ ରିଜିଓନାସ ଇନଷ୍ଟିଚ୍ୟୁଟ ଅଫ୍‌ ହେଲ୍ଥ ଆଣ୍ଡ ମେଡିକାଲ ସାଇନ୍ସ

ଜାନୁଆରୀ ୩୧ ତାରିଖ ପୂର୍ବରୁ ୟୁଜିସି ସବୁ ସଂସ୍ଥାକୁ କୋର୍ସ ବାର ସିଟ ବ୍ୟୁରୋ ଏବଂ ଜରୁରୀ ଅର୍ଥନୈତିକ ସମ୍ବନ୍ଧୀୟ ସମସ୍ତ ସୂଚନା ଜାରି କରିବା ପାଇଁ ନିର୍ଦେଶ ଦେଇଛି | ଉତ୍ତରାଖଣ୍ଡରେ ହେମବତୀ ନନ୍ଦନ ବହୁଗୁଣା ଗଡ଼ୱାଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଗୁରୁକୁଳ କାଙ୍ଗଡୀ ବିଶ୍ୱବିଦ୍ୟାଳୟ ହରିଦ୍ୱାରରେ ୧୦ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ |

ଦେଶର କୌଣସି ଅଳ୍ପ ସଂଖ୍ୟକ ଉଚ୍ଚ ଶିକ୍ଷା ସଂସ୍ଥାରେ କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବନାହିଁ | ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ଚିଠି ଆଧାରରେ ୟୁଜିସି ଏହି ସୂଚନା ଜାରି କରିଛି |

କେନ୍ଦ୍ରର କର୍ମକ୍ଷେତ୍ର ଏବଂ ପ୍ରଶିକ୍ଷଣ ବିଭାଗ ଉଚ୍ଚ ଶିକ୍ଷା ସଂସ୍ଥାରେ ଆଡ଼ମିସନ ଛଡା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଚାକିରୀରେ ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଛି | କେନ୍ଦ୍ରର ସବୁ ବିଭାଗରେ ଏହି ନିର୍ଦେଶ ଲାଗୁହେବ | ଚାକିରୀ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଫେବୃଆରୀ ୧ ତାରିଖରୁ ଲାଗୁହେବ |

ଯଦି ଆପଣ ମଧ୍ୟ ପଛୁଆ ସାଧାରଣ ବର୍ଗର ସଂରକ୍ଷଣ ବ୍ୟବସ୍ଥାର ଲାଭ ନେବା ପାଇଁ ଚାହୁଁଛନ୍ତି ତାହେଲେ ଏଥିପାଇଁ ମଧ୍ୟ କିଛି ସର୍ତ୍ତ ରହିଛି | ଡିଓପିଟି ଅନୁସାରେ, ଆପଣଙ୍କ ପରିବାରର ଆୟ ବାର୍ଷିକ ୮ ଲକ୍ଷରୁ କମ ହୋଇଥିବା ଉଚିତ | ଏହାଛଡା ତାଙ୍କ ପାଖରେ ୫ ଏକର ଜମିରୁ ଅଧିକ ଜମି ନଥିବା ଦରକାର | ୧୦୦୦ ବର୍ଗ ଫୁଟରୁ ଅଧିକ ଫ୍ଲାଟ ନଥିବ | ଆୟ ପାଇଁ ତହସିଲଦାର ଠାରୁ ଆୟ ପ୍ରମାଣପତ୍ର ଦେବା ଜରୁରୀ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.