ନୂତନ ଏକାଡେମିକ କ୍ୟାଲେଣ୍ଡର ଜାରି କଲା ୟୁଜିସି, ପୂର୍ବ ସେମିଷ୍ଟାରର ନମ୍ବର ଆଧାରରେ ଛାତ୍ରଙ୍କୁ ମିଳିବ ଗ୍ରେଡ୍, ଅଗଷ୍ଟରୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି, ଉଚ୍ଚ ଶିକ୍ଷା ନିୟାମକ ଆଜି ବିଶ୍ଵ ବିଦ୍ୟାଳୟ ଓ କଲେଜ୍‌ ପାଇଁ ନୂତନ ଶିକ୍ଷା ବର୍ଷର କ୍ୟାଲେଣ୍ଡର ଜାରି କରିଛି। ଏହା ଲକ୍‌ଡାଉନ୍ କାରଣରୁ ଜାରି ହୋଇନଥିଲା। ଆୟୋଗ କହିଛନ୍ତି ମଧ୍ୟବର୍ତ୍ତୀ ସେମିଷ୍ଟାରର ଛାତ୍ରଙ୍କୁ ବର୍ତ୍ତମାନ ପୂର୍ବ ସେମିଷ୍ଟାରର ରଖିଥିବା ନମ୍ବର ଆଧାରରେ ଗ୍ରେଡ୍ ଦିଆଯିବ। ବେକ୍‌ ଲାଗିଥିବା ଛାତ୍ରଙ୍କ ସେମିଷ୍ଟାର ଜୁଲାଇରେ କରାଯିବ।ୱ

ଯେଉଁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ଥିବା ସେହି ରାଜ୍ୟର ଇଣ୍ଟର ମିଡିଏଟ ସେମିଷ୍ଟାରର ଛାତ୍ରଙ୍କ ଲାଗି ପରୀକ୍ଷା ଜୁଲାଇରେ କରାଯିବ। ଆଜି ଜାରି  ହୋଇଥିବା ସମସ୍ତ ନିର୍ଦ୍ଦେଶ ଅନୁସାରେ କଲେଜ୍‌ର ନୂତନ ଶିକ୍ଷା ବର୍ଷ ଅଗଷ୍ଟରେ ଆରମ୍ଭ ହେବ ଏବଂ ନୂତନ ଛାତ୍ରଙ୍କ ଲାଗି ଶିକ୍ଷା ବର୍ଷ ସେପ୍ଟେମ୍ଵରରୁ ଆରମ୍ଭ ହେବ। ମହାମାରୀ କାରଣରୁ ଗତ ମାସରୁ ସମଗ୍ର ଦେଶରେ ସ୍କୁଲ ଓ କଲେଜ୍  ବନ୍ଦ ରହିଛି।

ବାକି ରହିଥିବା ପରୀକ୍ଷା ବିଷୟରେ ଆୟୋଗ କହିଛି ଯେ, ବିଶ୍ଵ ବିଦ୍ୟାଳୟ ଏକ ଛୋଟ ଅବଧିରେ ପ୍ରକ୍ରିୟାକୁ ପୂରା କରିବା ପାଇଁ  ବିକଳ୍ପ ଏବଂ ସରଳ ବ୍ୟବସ୍ଥା କରି ପାରିବେ, ଯେମିତି ପରୀକ୍ଷା ସୂଚାରୁ ରୂପେ ହୋଇ ପାରିବ। ଏହା ମଧ୍ୟ କୁହାଯାଇଛି ଯେ, ବିଶ୍ଵ ବିଦ୍ୟାଳୟ ପରୀକ୍ଷା ସମୟକୁ ୩ ଘଣ୍ଟାରୁ ୨ ଘଣ୍ଟାକୁ କମାଇ କୁଶଳ ଏବଂ ନୂତନ ପଦ୍ଧତିରେ ପରୀକ୍ଷା କରାଇ ପାରିବେ।

ବିଶ୍ଵ ବିଦ୍ୟାଳୟ ନିଜର ଅଧ୍ୟାଦେଶ/ନିୟମ ଏବଂ ନୂତନ ଯୋଜନା ଅନୁସାରେ ଇଣ୍ଟର ମିଡିଏଟ ସେମିଷ୍ଟାର, ବାର୍ଷିକ ପରୀକ୍ଷାର ଆୟୋଜନ ଅଫଲାଇନ କିମ୍ବା ଅନଲାଇନ ଜରିଆରେ କରି ପାରିବେ। କିନ୍ତୁ ଏହି ସମୟରେ ସାମାଜିଦ ଦୁରତ୍ଵ ନିୟମ ସୁନିଶ୍ଚିତ କରାଯିବା ଦରକାର। ଏନେଇ ସମସ୍ତ ଛାତ୍ରଙ୍କୁ ସଚେତନ କରାଯିବ।

ଆୟୋଗ ଏମ.ଫିଲ୍‌ ପାଠ୍ୟକ୍ରମର ଅବଧିକୁ ୬ ମାସ ବଢାଇବାକୁ ଅନୁମତି ଦେଇଛନ୍ତି। ବିଶ୍ଵ ବିଦ୍ୟାଳୟ ଗୁଗୁଲ, ସ୍କାଇପେ, ମାଇକ୍ରୋସୋଫ୍ଟ ଟେକ୍ନୋଲୋଜି କିମ୍ବା ଅନ୍ୟ ଟେକ୍ନୋଲୋଜି ବ୍ୟବହାର କରି ଭିଡିଓ କନଫରେନ୍ସ ମାଧ୍ୟମରେ ଏମ.ଫିଲ କିମ୍ବା ପିଏଚ.ଡିର ପରୀକ୍ଷା କରାଇ ପାରିବେ।

ଗାଇଡ୍‌ ଲାଇନ୍‌ ଅନୁଯାୟୀ ବିଶ୍ଵ ବିଦ୍ୟାଳୟ  ୬ ଦିନିଆ ସପ୍ତାହ ପାର୍ଟନ ଅନୁକରଣ କରି ପାରିବେ। ଆୟୋଗ ସଂପ୍ରତି ସ୍ଥିତି ଏବଂ ଭବିଷ୍ୟତ ଅନିଶ୍ଚିତତାକୁ ଦେଖି ପ୍ରସ୍ତାବିତ ଗାଇଡ୍ ଲାଇନ୍‌କୁ ପାରଦର୍ଶି ଭାବେ ପରିବର୍ତ୍ତନ, ସଂଶୋଧନ କରି ପାରିବେ। ତାହା ପୁଣି ଛାତ୍ରଙ୍କ ପାଇଁ ଅନୁକୂଳ ହେବା ଉଚିତ୍।

କୋଭିଡ୍-୧୯ ମହାମାରୀ ଏବଂ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ୟୁଜିସି ଏକାଡେମୀକୁ କ୍ଷତିର ବଞ୍ଚାଇବା ଲାଗି ଏବଂ ଛାତ୍ରଙ୍କ ଭବିଷ୍ୟତ ପାଇଁ ଉଚିତ୍ ଉପାୟ କରିବା ପାଇଁ ପରୀକ୍ଷା ଓ ଏଡାଡେମିକ କ୍ୟାଲେଣ୍ଡର ସମ୍ବନ୍ଧିତ ପ୍ରସଙ୍ଗରେ ବିଚାର ବିମର୍ଶ ଓ ସୁପାରିଶ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରିଛି।

ଏହି କମିଟିର ଅଧ୍ୟକ୍ଷତା କରିବେ ହରିୟାଣା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର କୂଲପତି ତଥା ୟୁଜିସର ପୂର୍ବତନ ସଦସ୍ୟ ପ୍ରଫେସର ଆର.ସି. କୁହାଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.