ଘୁଞ୍ଚିଲା UGC-NET ପରୀକ୍ଷା

Published By : Prameya-News7 Bureau | September 15, 2020 IST

ଭୁବନେଶ୍ୱର ୧୫।୦୯: ଘୁଞ୍ଚିଲା UGC-NET ପରୀକ୍ଷା । ସେପ୍ଟେମ୍ବର ୧୬ରେ ହେବାକୁ ଥିବା UGC-NET ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA ।

ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡ଼ ବିବରଣୀ ugc.nta.nic.inରେ ଉପଲବ୍ଧ ହେବ । ସେହିଭଳି ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ NTAର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ସବୁ ପରୀକ୍ଷା ବାବଦରେ ମଧ୍ୟ NTA  ବିଜ୍ଞପ୍ତି ପ୍ରକାଶ କରିବ ବୋଲି କୁହାଯାଇଛି । ସାରା ଦେଶରେ କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା ଘୁଞ୍ଚାଇବାକୁ ପୂର୍ବରୁ ଦାବି ହୋଇ ଆସୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.