‘ୟୁଜିସି NET ପରୀକ୍ଷା ସ୍ଥଗିତ, ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜଣାଯିବ ନୂଆ ଡେଟ୍‌’: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ ଘୋଷଣା

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୟୁଜିସି NET ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ନୂଆ ତାରିଖ ଜଣାଇଦିଆଯିବ ବୋଲି ୟୁଜିସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଦେଶରେ ଲଗାତାର ଭାବେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ-ମେ ରେ ହେବାକୁ ଥିବା JEE ମେନ୍‌ ଏବଂ ନିଟ୍‌ ପିଜି ସମେତ ଅନେକ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । କେବଳ ସେତିକି ନୁହେଁ CBSE ଦଶମ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ୟୁଜିସି NET ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

wp:embed {"url":"https://twitter.com/DrRPNishank/status/1384446633547472896","type":"rich","providerNameSlug":"twitter","responsive":true,"className":""}
https://twitter.com/DrRPNishank/status/1384446633547472896
/wp:embed

ସୂଚନାଯୋଗ୍ୟ, ଆସନ୍ତା ମେ ମାସ ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଏବଂ ୧୭ ତାରିଖରେ NET ପରୀକ୍ଷା ହେବାର ଥିଲା । ମହାମାରୀ ବଢୁଥିବାରୁ ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ଛାତ୍ରଛାତ୍ରୀ । ତେବେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ବିଟ୍‌ କରି ୟୁଜିସି NET ପରୀକ୍ଷା ସ୍ଥଗିତ ହେବା ନେଇ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସ୍ଥିତି ଦେଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.