Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ୟୁଜିସି ବିଶ୍ଵ ବିଦ୍ୟାଳୟ ଓ କଲେଜ୍ ଖୋଲିବା ପାଇଁ ଜାରି କଲେ ଗାଇଡ୍‌ଲାଇନ୍‌

5/11/2020 at 7:07 PM

ନୂଆଦିଲ୍ଲୀ ୦୫।୧୧: ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) କରୋନା ମହାମାରୀ ମଧ୍ୟରେ ବିଶ୍ଵ ବିଦ୍ୟାଳୟ ଓ କଲେଜ୍ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ୟୁଜିସି କହିଛି ରାଜ୍ୟ ବିଶ୍ଵ ବିଦ୍ୟାଳୟ ଓ କଲେଜଗୁଡିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। କେନ୍ଦ୍ର ସରକାରଙ୍କଠୁ ଆର୍ଥିକ ସହାୟତା ପାଉଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରମୁଖ ମହାମାରୀ ସମୟରେ କଲେଜ୍ ଖୋଲିବା ପାଇଁ ନିଷ୍ପତ୍ତି ନେବେ।

ୟୁଜିସି କହିଛି ସମସ୍ତ ଗାଇଡ୍‌ଲାଇନ୍‌ ସହିତ ବିଶ୍ଵ ବିଦ୍ୟାଳୟ ଓ କଲେଜ୍ ଖୋଲାଯିବ। କର୍ତ୍ତୃପକ୍ଷ ସମସ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବେ। ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଶ୍ଵ ବିଦ୍ୟାଳୟ ଓ କଲେଜ୍ ପର୍ଯ୍ୟାୟକ୍ରମେ ଖୋଲାଯିବ।

ୟୁଜିସି କହିଛି ଶିକ୍ଷାନୁଷ୍ଠାନ ସେହି ଅନ୍ତରାଷ୍ଟ୍ରୀୟ ଛାତ୍ର-ଛାତ୍ରୀଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍, ଯେଉଁମାନେ ଯାତ୍ରା ପ୍ରତିବନ୍ଧକ ଏବଂ ଭିସା ସମ୍ବନ୍ଧିତ ପ୍ରସଙ୍ଗ କାରଣରୁ ପାଠ୍ୟକ୍ରମରେ ସାମିଲ ହୋଇ ପାରିବେ ନାହିଁ।

   Related Posts