Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଓଡିଶାରେ ଦୁଇଟି ବିଶ୍ଵ ବିଦ୍ୟାଳୟ ନକଲି, ସାରା ଦେଶରେ ୨୪ରୁ ୟୁପି ଏବଂ ଦିଲ୍ଲୀରେ ଅଧିକ ଜାଲି ବିଶ୍ଵ ବିଦ୍ୟାଳୟ

7/10/2020 at 8:29 PM

ନୂଆଦିଲ୍ଲୀ ୦୭।୧୦: ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ବୁଧବାର ଦେଶରେ ୨୪ ସ୍ଵଂୟଚାଳିତ ଅଣ ମାନ୍ୟତାପ୍ରାପ୍ତ ବିଶ୍ଵ ବିଦ୍ୟାଳୟକୁ ନକଲି ଘୋଷଣା କରି ଏହାକୁ ଅସିଦ୍ଧ କରିଛି। ଏହି ନକଲି ବିଶ୍ଵ ବିଦ୍ୟାଳୟରୁ ସର୍ବାଧିକ ଉତ୍ତର ପ୍ରଦେଶରେ ରହିଛି। ଏଥିରୁ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ ଓଡିଶାରୁ ରହିଛି। ସେ ଦୁଇଟି ହେଉଛି ରାଉରକେଲା ସ୍ଥିତ ନବଭାରତ ଶିକ୍ଷା ପରିଷଦ ଏବଂ ବାରିପଦା ସ୍ଥିତ ନର୍ଥ ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି।

ୟୁଜିସି ସଚିବ ରଜନିଶ ଜୈନ କହିଛନ୍ତି  ଛାତ୍ର ଓ ଲୋକଙ୍କୁ ଅବଗତ କରାଯାଉଛି ଯେ, ବର୍ତ୍ତମାନ ସ୍ଵଂୟଚାଳିତ ଓ ଅଣ ମାନ୍ୟତାପ୍ରାପ୍ତ ୨୪ ବିଶ୍ଵ ବିଦ୍ୟାଳୟ ୟୁଜିସି ନିୟମ ଉଲ୍ଲଂଘନ କରି କାମ କରିଛନ୍ତି। ଏହି ବିଶ୍ଵ ବିଦ୍ୟାଳୟକୁ ନକଲି ଘୋଷିତ କରାଯାଉଛି। ଏହି ବିଶ୍ଵ ବିଦ୍ୟାଳୟଗୁଡିକୁ କୌଣସି ପ୍ରକାରର ଡିଗ୍ରୀ ଦେବାର ଅଧିକାର ନାହିଁ।

ଏଥିରୁ ସର୍ବାଧିକ ୮ ବିଶ୍ଵ ବିଦ୍ୟାଳୟ ଉତ୍ତର ପ୍ରଦେଶରେ ରହିଛି। ଏଗୁଡିକ ହେଉଛି ବାରଣାସୀର ବରଣସେୟା ସଂସ୍କୃତ ବିଶ୍ଵ ବିଦ୍ୟାଳୟ, ଆହ୍ଲାବାଦର ମହିଳା ଗ୍ରାମ ବିଦ୍ୟାପୀଠ, ଆହ୍ଲାବାଦର ଗାନ୍ଧୀ  ହିନ୍ଦୀ ବିଦ୍ୟାପୀଠ, କାନପୁରର ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ଅଲିଗଡର ନେତାଜୀ ସୁଭାଷ ଚନ୍ଦ୍ର ବୋସ ଓପନ ୟୁନିଭର୍ସିଟି, ମଥୁରାରର ଉତ୍ତର ପ୍ରଦେଶ ବିଶ୍ଵ ବିଦ୍ୟାଳୟ, ପ୍ରତାପଗଡର ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ଵ ବିଦ୍ୟାଳୟ ଓ ନୋଇଡାର ଇନ୍ଦ୍ରପ୍ରସ୍ତ ଶିକ୍ଷା ପରିଷଦ।

ଜୈନ କହିଛନ୍ତି ଭାରତୀୟ ଶିକ୍ଷା ପରିଷଦ ଲକ୍ଷ୍ନୌ ଅନୁଯାୟୀ ଏହି ମାମଲା ଜିଲ୍ଲା ଜଜ୍‌ଙ୍କ ଠାରେ ପୂର୍ବରୁ ବିଚାରଧୀନ ରହିଛି। ସେହି ପରି ଦିଲ୍ଲୀରେ ୭ ନକଲି ବିଶ୍ଵ ବିଦ୍ୟାଳୟ ରହିଛି। ସେଗୁଡିକ ହେଉଛି କର୍ମସିଆଲ ୟୁନିଭର୍ସିଟି ଲିମିଟେଡ୍, ୟୁନାଇଟେଡ୍ ନ୍ୟାସନ ୟୁନିଭର୍ସିଟି, ଭୋକେସନାଲ ୟୁନିଭର୍ସିଟି, ଏଡିଆର ସେଣ୍ଟ୍ରିକ ଜୁର୍ଡିସିଆଲ ୟୁନିଭର୍ସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ଵକର୍ମା ଓପନ ୟୁନିଭର୍ସିଟି ଫର ସେଲ୍‌ଫ ଏମ୍ପ୍ଲୋଏମେଣ୍ଟ ଏବଂ ଆଧ୍ୟାତ୍ମିକ ବିଶ୍ଵ ବିଦ୍ୟାଳୟ।

ଓଡିଶା ଏବଂ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ନକଲି ବିଶ୍ଵ ବିଦ୍ୟାଳୟ ରହିଛି। ଓଡିଶାରୁ ରାଉରକେଲା ସ୍ଥିତ ନବଭାରତ ଶିକ୍ଷା ପରିଷଦ ଏବଂ ବାରିପଦା ସ୍ଥିତ ନର୍ଥ ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି ରହିଛି। ସେହି ପରି ପଶ୍ଚିମବଙ୍ଗରେ ଥିବା ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ ହେଉଛି କୋଲକାତା ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଅଲଟରନେଟିଭ ମେଡିସିନ ଏବଂ ଅନ୍ୟଟି ଇନଷ୍ଟିଚ୍ୟୁଟ୍ ଅଫ ଆଲଟରନେଟିଭ୍ ମେଡିସିନ  ଆଣ୍ଡ ରିସର୍ଚ୍ଚ।

କର୍ଣ୍ଣାଟକ, କେରଳ, ପୁଡୁଚେରୀ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ଵ ବିଦ୍ୟାଳୟ ରହିଛି। ସେଗୁଡିକ ହେଉଛି ପୁଡୁଚେରୀ ସ୍ଥିତ ଶ୍ରୀବୋଧି ଏକାଡେମୀ ଅଫ ହାୟର ଏଜୁକେସନ, ଆନ୍ଧ୍ର ପ୍ରଦେଶର କ୍ରିଷ୍ଟ ନ୍ୟୁ ଟେଣ୍ଟମେଣ୍ଟ ଡିମ୍‌ଡ ୟୁନିଭର୍ସିଟି, ନାଗପୁର ସ୍ଥିତ ରାଜା ଆରବିକ ୟୁନିଭର୍ସିଟି, କେରଳର ସେଣ୍ଟ ଜୋନ୍ସ ୟୁନିଭର୍ସିଟି ଏବଂ କର୍ଣ୍ଣାଟକର ବାଡଗନଭି ସରକାର ଓ୍ଵାର୍ଲ୍ଡ ଓପନ ୟୁନିଭର୍ସିଟି ଏଜୁକେସନ ସୋସାଇଟି।

   Related Posts