ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବିଙ୍କ ଜୀବନି, ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଚେୟାର

Published By : Prameya-News7 Bureau | October 02, 2021 IST

ସମ୍ୱଲପୁର ୦୨/୧୦: ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ଭୀମ ଭୋଇଙ୍କ ଉପରେ ଗବେଷଣା କରିବେ ଉଚ୍ଚତର ଫିଲୋସଫର । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର । ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କ ଜୀବନି ଉପରେ ଗବେଷଣା ପାଇଁ ଉଦ୍ୟମ କରାଯିବ ବୋଲି ସେ ରେଢାଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି । ଗାନ୍ଧିଜୀଙ୍କ ୧୫୨ତମ ଜନ୍ମ ଜୟନ୍ତୀ ଅବସରରେ ରେଢାଖୋଲରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ । ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରାରେ ଆସି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯର୍ପଣ କରିଛନ୍ତି । ଏହାସହ ଶିକ୍ଷାମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ବିଜେପି କର୍ମୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.