ଅଲ୍-ସବ୍ବାବ ଆତଙ୍କବାଦୀ ସଂଗଠନର ୧୮୯ ଆତଙ୍କବାଦୀଙ୍କୁ ହତ୍ୟା କଲା ଉଗାଣ୍ଡା ମିଲିଟାରୀ ଫୋର୍ସ

Published By : Prameya-News7 Bureau | January 23, 2021 IST

କାମ୍ପାଲା ୨୩/୦୧ : ଉଗାଣ୍ଡା ପିପୁଲ୍ସ୍ ଡିଫେନ୍ସ ଫୋର୍ସ (UPDF) କୁ ବଡ ଧରଣର ସଫଳତା ମିଳିଛି । ସୋମାଲିଆରେ ନିୟୋଜିତ ଥିବା ଆଫ୍ରିକାନ୍‌ ୟୁନିୟନ୍‌ ମିଲିଟାରୀ, ଅଲ୍-ସବ୍ବାବ ଆତଙ୍କବାଦୀ ସଂଗଠନର ପ୍ରାୟ ୧୮୯ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଅଲ୍-ସବ୍ବାବ ଆତଙ୍କବାଦୀ ସଂଗଠନ କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦା ସହିତ ମଧ୍ୟ ସମ୍ପର୍କରେ ଥିଲା ।

ଉଗାଣ୍ଡା ପିପୁଲ୍ସ୍ ଡିଫେନ୍ସ ଫୋର୍ସ (UPDF) କହିଛି ଯେ, ମିଲିଟାରୀ ଫୋର୍ସ ସିଗାଲୋ, ଆଡିମୋଲେ, କାୟିଟୋୟେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ । ସେଠାରେ ଲୁଚିରହିଥିବା ଅଲ୍‌-କାଏଦା ଲିଙ୍କ୍‌ ପ୍ରାୟ ୧୮୯ ଜଣ ଆତଙ୍କବାଦୀଙ୍କୁ ହତ୍ୟାକରାଯାଇଥିଲା । ଏହା ସହିତ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ବିପୁଳ ପରିମାଣର ଯୁଦ୍ଧାସ୍ତ୍ର ମଧ୍ୟ ନଷ୍ଟ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି UPDFର  ମୁଖପାତ୍ର କୋଲ ଡିଓ ଆକ୍କିକି କହିଛନ୍ତି ।

ଉଗାଣ୍ଡା ସେନା ୨୦୦୭ ମସିହାରେ ସୋମାଲିଆର ଶାନ୍ତିରକ୍ଷା ମିଶନରେ ଯୋଗଦେବା ପରେ ଏହା ହେଉଛି ସବୁଠାରୁ ବଡ ଅପରେସନ୍‌ । ଅନେକ ଦିନ ହେଲା ସୋମାଲିଆରେ ଅଲ୍-ସବ୍ବାବ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିଲା । ଅଲ-କାଏଦା ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କରେ ଥିବା ଅଲ୍-ସବ୍ବାବ ସଂଗଠନ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା । ତେବେ ବର୍ତ୍ତମାନ ଉଗାଣ୍ଡା ମିଲିଟାରୀ ଏହାର କଡା ଜବାବ ଦେବା ସହିତ ୧୩୯ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.