ଋଣ ସୁଝି ପାରିଲାନି ଉଗାଣ୍ଡା, ଏଣ୍ଟାବେ ଜାତୀୟ ବିମାନବନ୍ଦରକୁ ଛଡେଇନେଲା ଚୀନ୍

Published By : Prameya-News7 Bureau | November 27, 2021 IST

କମ୍ପାଲା : ଉଗାଣ୍ଡା ସରକାର ଋଣ ଚୁକ୍ତା କରିବାରେ ବିଫଳ ହେବାରୁ ନିଜର ପ୍ରମୁଖ ତଥା ଏକମାତ୍ର ବିମାନ ବନ୍ଦରକୁ ଚୀନ୍‌ ହାତରେ ସମର୍ପି ଦେବାକୁ ବାଧ୍ୟ ହୋଇଛି। ଆଫ୍ରିକୀୟ ଗଣମାଧ୍ୟମ ସୂତ୍ରରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଏଣ୍ଟାବେ ବିମାନ ବନ୍ଦର ଓ ଅନ୍ୟ ସମ୍ପତ୍ତିକୁ ଋଣଦାତା କୋରକ କରିନେଇଛନ୍ତି। ଋଣ ଦାତାଙ୍କ ଅସୁଲି ଲାଗି ମଧ୍ୟସ୍ଥତାଙ୍କ ସହମତିରେ ଏହି ପଦକ୍ଷେପ ନିଆଯାଇଛି। ଉଗାଣ୍ଡା ସରକାର ୧୭ ନଭେମ୍ବର ୨୦୧୫ ମସିହାରେ ବେଜିଂ ମଧ୍ୟସ୍ଥତାରେ ଚୀନ୍‌ ଏକଜିମ୍‌ ବ୍ୟାଙ୍କରୁ ଋଣ ନେଇଥିଲେ।

{"id":550835,"width":841,"height":589,"sizeSlug":"full","linkDestination":"none"}

ଏହି ଋଣ ପାଇଁ ନିଜର ପ୍ରମୁଖ ବିମାନବନ୍ଦରକୁ ଉଗାଣ୍ଡା ବନ୍ଧକ ରଖିଥିଲା। ଏଣୁ ସର୍ତ୍ତ ଅନୁସାରେ ଉଗାଣ୍ଡା ସରକାର ଋଣ ରାଶି ଚୁକ୍ତା କରିବାରେ ବିଫଳ ହୋଇଥିବାରୁ ବିମାନ ବନ୍ଦର ସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି। ଉଗାଣ୍ଡା ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ୟୁସିଏଏ)ଙ୍କ ଅନୁସାରେ ଏହି  ଆର୍ଥିକ ବୁଝାମଣାର କେତେକ ବ୍ୟବସ୍ଥାରେ ଏଣ୍ଟାବେ ଜାତୀୟ ବିମାନ ବନ୍ଦର ସମେତ ଅନ୍ୟ ଉଗାଣ୍ଡା ସମ୍ପତ୍ତିକୁ ବେଜିଂ ମଧ୍ୟସ୍ଥତାରେ ଉଦ୍ଧାରଦାତା ସଲଗ୍ନ କରିଥିଲେ।

{"id":550840,"width":840,"height":689,"sizeSlug":"full","linkDestination":"none"}

ତେବେ ପରେ ଉଗାଣ୍ଡା ଋଣ ସମ୍ପର୍କରେ ପୁଣି ଥରେ ଚୀନ୍‌ ସହ ଆଲୋଚନା କରିବାକୁ ଚାହିଁ ଥିଲା। ହେଲେ ଚୀନ୍‌ ସରକାର ଏ ସମ୍ପର୍କିତ କୌଣସି ଆଲୋଚନାକୁ ଦ୍ୱିତୀୟବାର ପ୍ରଶୟ ଦେଇ ନଥିଲେ। ଏହା ସତ୍ତ୍ୱେ ରାଷ୍ଟ୍ରପତି ୟୋଭେରୀ ମୁସେଭେନୀ ଏକ ପ୍ରତିନିଧି ମଣ୍ଡଳକୁ ବେଜିଂ ପଠାଇଥିଲେ। ଏକଜିମ୍‌ ବ୍ୟାଙ୍କର ଋଣ ସର୍ତ୍ତ ନେଇ ପୁଣି ଥରେ ଆଲୋଚନା ନିମନ୍ତେ ପ୍ରତିନିଧି ଦଳ ଯାଇଥିଲେ ବି ଏହା ବିଫଳ ହୋଇଥିଲା। ଏବେ ଚୀନ୍‌ ଉଗାଣ୍ଡାର ଜାତୀୟ ବିମାନ ବନ୍ଦର ଜବତ କରିଥିବା ବେଳେ ରାଷ୍ଟ୍ରପତି ୟୋଭେରୀ ମୁସେଭେନୀଙ୍କ ପ୍ରଶାସନ ହାତ ଉପରେ ହାତ ରଖି ବସିବାକୁ ବାଧ୍ୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.