ଅଧ୍ୟାପକଙ୍କୁ ୟୁଜି/ପିଜି ଦାୟିତ୍ବ, ପରୀକ୍ଷା କିଭଳି ହେବ ତାହା ମନିଟରିଂ କରିବେ

Published By : Prameya-News7 Bureau | June 25, 2021 IST

ଭୁବନେଶ୍ବର ୨୫।୬: ଅନଲାଇନ୍ ପରୀକ୍ଷା କିପରି ଶୃଙ୍ଖଳିତ ଭାବେ ହେବ ସେ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ମେଣ୍ଟରିଂ ସିଷ୍ଟମ ଲାଗୁ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ କଲେଜ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକମାନେ କିଛି କିଛି ପିଲାଙ୍କ ଦାୟିତ୍ବ ନେବେ ।

ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା ଦେବେ ସେନେଇ ବୁଝିବେ ।  ଅନଲାଇନରେ ପରୀକ୍ଷା ଦେବା ପାଇଁ ଯଦି କୌଣସି ଛାତ୍ରଛାତ୍ରୀଙ୍କର ସମସ୍ୟା ଥାଏ, ସେମାନଙ୍କ ପାଇଁ ପାଖ କଲେଜରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୁକ୍ତ ତିନ ଶେଷ ସେମିଷ୍ଟାର ଏବଂ ସ୍ନାତକର ଶେଷ ସେମିଷ୍ଟାର ପରୀକ୍ଷା ପ୍ରସ୍ତୁତି କେତେ ଆଗେଇଛି ଏବଂ କ’ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହ ଭିତରେ ସମସ୍ତ ପରୀକ୍ଷା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।  ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.