ଅନ୍‌ଲାଇନ୍‌ରେ ୟୁଜି-ପିଜି ଫାଇନାଲ୍ ପରୀକ୍ଷା, ପଦ୍ଧତି ସଂପର୍କରେ ନିଷ୍ପତ୍ତି ନେବ ବିଶ୍ୱବିଦ୍ୟାଳୟ

Published By : Prameya-News7 Bureau | June 18, 2021 IST

ଭୁବନେଶ୍ୱର ୧୮।୦୬ :  ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର)କୁ ନେଇ ବଡ଼ ଘୋଷଣା ହୋଇଛି । ଚଳିତ ବର୍ଷ ଅନ୍‌ଲାଇନ୍ ଯୋଗେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଛି ।  କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜୁଲାଇ-ଅଗଷ୍ଟ ସୁଦ୍ଧା ଅନ୍‌ଲାଇନ୍‌ରେ ପରୀକ୍ଷା ସାରିବାକୁ ଟାର୍ଗେଟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା କିଭଳି ହେବ ସେନେଇ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ ।

ଖବର ଅନୁଯାୟୀ, ଶୁକ୍ରବାର  ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ପରୀକ୍ଷା ସମ୍ପର୍କିତ କୁଳପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟମାନେ ଯୋଗଦେବେ । ଅନଲାଇନ୍‌ରେ ଯୋଗଦେଇ କୁଳପତିମାନେ ସେମାନଙ୍କ ସହ ଅନୁବନ୍ଧିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସ୍ନାତକ ଓ ସ୍ନାତକୋତର ପରୀକ୍ଷା ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କ ମତାମତକୁ ଆଧାର କରି ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ଅନ୍‌ଲାଇନ୍‌ରେ ପରୀକ୍ଷା ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.