UG ଓ PG ପରୀକ୍ଷା ହେବ, ୧୮ରେ ନିଆଯିବ ଚୁଡାନ୍ତ ନିଷ୍ପତ୍ତି

Published By : Prameya-News7 Bureau | June 12, 2021 IST

ଭୁବନେଶ୍ୱର,୧୨/୦୬: ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ହେବ । ଏନେଇ ୧୮ ତାରିଖରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ପରୀକ୍ଷା ହେଲେ ଭଲ । ପିଲାମାନେ ପାଠପଢା ଜାରି ରଖନ୍ତୁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ,  ପରୀକ୍ଷା ହେବା ନେଇ  ଏକ ପ୍ରକାର ଚୁଡାନ୍ତ ହୋଇଛି । ୧୮ ତାରିଖରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ।  ପରୀକ୍ଷା ହେଲେ ଭଲ, ତେଣୁ ପିଲାମାନେ ପାଠ ପଢା ଜାରି ରଖିବା ଦରକାର ।  ୧୮ ତାରିଖରେ ପୁଣି କୁଳପତିମାନଙ୍କ ସହ ବୈଠକ ବସିବ ।

ଆହୁରି ମଧ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ୭ ଦିନ ମଧ୍ୟରେ ବିଭିନ୍ନ କୂଳପତିମାନେ ବିଭିନ୍ନ କଲେଜର ପ୍ରିନ୍ସିପାଲ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ  ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର (ପିଜି)ର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଲକ୍‌ ଡାଉନ ବେଳେ ପାଠପଢ଼ା ସହିତ ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.