Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଜି ପୁଣି ବସିବ କୁଳପତି ବୈଠକ, ୟୁଜି ଓ ପିଜି ପରୀକ୍ଷା ନେଇ ହେବ ନିଷ୍ପତ୍ତି

18/06/2021 at 9:23 AM

ଭୁବନେଶ୍ୱର ୧୮।୦୬: ଆଜି ପୁଣି ବସିବ କୁଳପତି ବୈଠକ। ୟୁଜି ଓ ପିଜି ପରୀକ୍ଷା ନେଇ ଆଜି  ନିଷ୍ପତ୍ତି କରାଯିବ। ରାଜ୍ୟ ବିଶ୍ବବିଦ୍ୟାଳୟ ସମେତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ପଦ୍ଧତିରେ ଅନୁଷ୍ଠିତ ହେବ, ସେନେଇ ଆଜି ନିଷ୍ପତ୍ତି ନିଆଯିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ  ଭର୍ଚ୍ୟୁଆଲ ମୋଡ଼ରେ ଅନୁଷ୍ଠିତ ହେବାକୁ ଥିବା କୁଳପତି ସମ୍ମଳନୀରେ ଚୂଡ଼ାନ୍ତ ମୋହର ଲାଗିବାର ସମ୍ଭାବନା ଅଧିକ ରହିଛି।  ପୂର୍ବରୁ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନେ ସେମାନଙ୍କ ଅଧୀନ ସ୍ବୟଂଶାସିତ କଲେଜ, ଡିଗ୍ରି କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି। ସମସ୍ତଙ୍କ ମତାମତକୁ ଆଧାର କରି ଆଜି ପରୀକ୍ଷା କେମିତି ହେବ , ଯଦି ହେବ କେଉଁ ମାସରେ ହେବ । ସେନେଇ ନିଷ୍ପତ୍ତି ନିଆଯିବ। ଦିନ ୧୦ ଟାରେ ଭର୍ଚ୍ୟୁଆଲମୋଡରେ ରାଜ୍ୟର ବିଶ୍ବବିଦ୍ୟାଳର  କୂଳପତିମାନଙ୍କ ସହ ଆଲୋଚନା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

   Related Posts