Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୨୦ରୁ କ୍ଲାସରୁମ୍‌ରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ : ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

19/09/2021 at 7:57 AM

ଭୁବନେଶ୍ୱର, ୧୯|୦୯:  ଆସନ୍ତା ୨୦ରୁ କ୍ଲାସରୁମରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷର ପିଲା । କଲେଜରେ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଶ୍ରେଣୀଗୃହରେ ଆରମ୍ଭ ହେବ ପାଠପଢା । କରୋନା କଟକଣା ସହ କ୍ଲାସ ରୁମରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ବାଧ୍ୟତାମୂଳକ କରାଯାଇଛି ।

ଏନେଇ ସବୁ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ମହାମାରୀ ଯୋଗୁଁ ଅନେକ ଦିନ ଧରି କଲେଜ ବନ୍ଦ ରହିଥିଲା । ଏବେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହି ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏଥିପାଇଁ ଅନେକ ସର୍ତ୍ତ ବି ରହିଛି । ହଷ୍ଟେଲ୍ ଗୁଡିକ ଆସନ୍ତା କାଲିଠାରୁ ଖୋଲିଯିବ । ରାଜ୍ୟରେ ଥିବା ବେସରକାରୀ ବିଶ୍ବବିଦ୍ୟାଳୟ ଗୁଡିକ ମଧ୍ୟ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ କୁ ପାଳନ କରିବେ ।

   Related Posts