ଆଜିଠୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପାଠପଢା,୧୫ରୁ ଅଫଲାଇନ ପାଠପଢ଼ିବେ ପିଜି ପ୍ରଥମ ବର୍ଷ ପିଲା

Published By : Prameya-News7 Bureau | November 01, 2021 IST

ଭୁବନେଶ୍ୱର ୦୧।୧୧: ଆଜିଠୁ ଆରମ୍ଭ ହେବ ୟୁଜି ଓ ପିଜି ପ୍ରଥମ ବର୍ଷ ପାଠପଢ଼ା। ନଭେମ୍ବର ୧ ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ଅଫଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। କୋଭିଡ କଟକଣାରେ ହେବ ପାଠପଢ଼ା।

ଖବର ଅନୁଯାୟୀ, କରୋନା ସଂକ୍ରମଣ ଲାଗି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ ପୂର୍ବ ଭଳି ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ଆରମ୍ଭ ହୋଇଛି । ଏହିକ୍ରମରେ ନଭେମ୍ବର ମାସରୁ ୟୁଜି ଓ ପିଜିର ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ । ନଭେମ୍ବର ୧ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ପାଇଁ ଅଫଲାଇନ୍‌ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। କୋଭିଡ କଟକଣାରେ ହେବ ପାଠପଢ଼ା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.