ଆମେରିକାର ‘ଏରିଆ-୫୧’ ଚଢଉ ଯୋଜନା କରୁଛନ୍ତି ଲୋକେ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | September 21, 2019 IST

ନେଭେଡା : ଆମେରିକାର ସବୁଠୁ ଗୋପନୀୟ ସ୍ଥାନ କୁହାଯାଉଥିବା ନେଭେଡାର ‘ଏରିଆ ୫୧’ ଚଢଉ ଲାଗି ଲୋକେ ଯୋଜନା କରୁଥିବା ଜଣାପଡିଛି। ଏହା ଆମେରିକାର ଏକ ଗୁପ୍ତ ମିଲେଟ୍ରି ଘାଟି।  ତେବେ କନସର୍ଟ ବାହାନାରେ ଲୋକେ ଏହି ଯୋଜନା କରିଛନ୍ତି। ହେଲେ ଲୋକଙ୍କ ଯୋଜନା ସମ୍ପର୍କରେ ମିଲେଟ୍ରିକୁ ସୂଚନା ମିଳିଯାଇଛି। ଏଣୁ ସେଠାରେ ଏବେ ସେନା କାର୍ଯ୍ୟାନୁଷ୍ଠା ହାତକୁ ନିଆଯାଇଛି। ବିପୁଳ ସଂଖ୍ୟାରେ ଲୋକେ ସେଠାକୁ ଆସୁଥିବାରୁ ସେମାନଙ୍କୁ ରୋକିବା ଲାଗି  ଗିରଫଦାରୀ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ତେବେ କାହିଁକି ଲୋକେ ଚଢଉ କରିବାକୁ ଆସୁଛନ୍ତି ଆସନ୍ତୁ ଜାଣିବା।

{"id":160811}

କୁହାଯାଉଛି ଆମେରିକାର ଏହି ଗୁପ୍ତ ସ୍ଥାନରେ ଅନ୍ୟଗ୍ରହର ଜୀବ( ଏଲିଏନ୍ସ)ଙ୍କୁ ବନ୍ଧକ ରଖାଯାଇଛି। ଏଣୁ ଏଲିଏନମାନଙ୍କ ମୁକ୍ତିଲାଗି ଏକ ଫେସବୁକ୍ ଇଭଣ୍ଟ ପେଜରେ କାର୍ଯ୍ୟକ୍ରମ ‘ମ୍ୟୁଜିକ ଫେଷ୍ଟିଭଲ ଏଲିଏନ ଷ୍ଟକ୍’ରେ ଯୋଗଦେବାକୁ ଲୋକଙ୍କୁ ଆହ୍ୱାନ କରାଯାଇଥିଲା। ଯେଉଁଥିରେ ୩୦ଲକ୍ଷରୁ ଅଧିକ ଲୋକେ ସେମାନଙ୍କ ଋଚି ପ୍ରକାଶ କରିଛନ୍ତି। ଏଣୁ ଏରିଆ ୫୧ରେ ସେନା ସୁରକ୍ଷା କଡାକଡି କରିଛି। କାଲିଫର୍ଣ୍ଣିଆର ଜନୈକ ଛାତ୍ର ମ୍ୟାଟି ରବର୍ଟସ୍ ଏହି ଫେସବୁକ୍ ଇଭେଣ୍ଟର ପରିକଳ୍ପନା କରିଥିଲେ। ଏଣୁ ବିପୁଳ ସଂଖ୍ୟାରେ ଲୋକେ ପହଞ୍ଚିବାର ଆଶଙ୍କା ଥିବାରୁ ଆମେରିକା ଏୟାରଫୋର୍ସ ଚେତାବନୀ ଜାରି କରିଛି।

{"id":160813}

ତେବେ ନେଭେଡାର ଏରିଆ ୫୧ ସମ୍ପର୍କରେ ଆସନ୍ତୁ ଜାଣିବା। ଆମେରିକାର ନେଭେଡାରେ ଥିବା ଏହି ପ୍ରତିଷ୍ଠାନର ନକ୍ସା ସରକାରଙ୍କ ନିକଟରେ ମଧ୍ୟ ନାହିଁ। ଏଣୁ ଏହା କେତେ ସୁରକ୍ଷିତ ତାହା କେବଳ ଅନୁମାନ କରାଯାଇପାରେ।  ଋଷିଆରେ ସୋଭିଏତ ଶାସନକାଳର ଶୀତଳ ଯୁଦ୍ଧ ଯୁଗରେ ଏହି ସାମରିକ ଘାଟିକୁ ଅତ୍ୟନ୍ତ ଗୋପନୀୟତାର ସହ ବିକଶିତ ହୋଇଥିଲା। ତେବେ ଏଠାରେ ଘାତକ ଯୁଦ୍ଧବିମାନ ଓ ଅସ୍ତ୍ରଶସ୍ତ୍ରର ନିର୍ମାଣ ଓ ପ୍ରୟୋଗ ହୁଏ ବୋଲି ଶୁଣାଯାଏ। ଲସବେଗାସ୍ ର ଉତ୍ତର-ପଶ୍ଚିମ ଦିଗରେ ୮୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସୈନ୍ୟ ଫ୍ୟାସେଲିଟିରେ ଏଲିଏନମାନଙ୍କ ଉପରେ ଗବେଷଣା ହୁଏ ବୋଲି ମଧ୍ୟ ଶୁଣାଯାଏ।

{"id":160814,"width":577,"height":476}

କୁହାଯାଉଛି ଏହିଠାରେ ୧୯୪୭ ମସିହାରେ ଏକ ଅଜଣା ବସ୍ତୁ (ୟୁଏଫଓ) ଦୁର୍ଘଟଣାର ଶିକାର ହୋଇଥିଲା। ଯେଉଁଥିରୁ ସେତେବେଳେ ଏକ ଏଲିୟନର ଶବ ବି ମିଳିଥିଲା। ୪ଫୁଟ ଉଚ୍ଚତାର ଏହି ଅନ୍ୟଗ୍ରହର ଜୀବଟି ଦେଖିବାକୁ ଠିକ୍ ଥିଲା ଅଧାଗଢା ମଣିଷ ଭଳି । ସେବେଠାରୁ ଏଠାକୁ ବାରମ୍ବାର ୟୁଏଫଓ ଆସୁଥିବା ଲୋକେ କହୁଥିବା ବେଳେ ଆମେରିକା ବାୟୁସେନା ସେଠାରେ କିଛି ଏଲିଏନଙ୍କୁ ବନ୍ଦୀ କରିରଖିଥିବା ଏବେ ପ୍ରଚାରିତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.