Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆତଙ୍କବାଦ ଆକ୍ରମଣ ଆଶଙ୍କା: ପାକ୍ ବାୟୁସୀମାରେ ଯାତ୍ରୀବିମାନ ଉଡାଣ ନକରିବାକୁ ଆମେରିକାର ସତର୍କତା, ଜାଣନ୍ତୁ କ’ଣ ରହିଛି ବିପଦ?

3/01/2020 at 9:38 PM

ୱାସିଂଟନ :  ଆମେରିକା ନିଜ ବିମାନ କମ୍ପାନୀମାନଙ୍କ ଲାଗି ଆଡଭାଇଜରୀ ଜାରି କରିଛି। ଏଥିରେ ପାକିସ୍ତାନ ଏୟାରସ୍ପେସ୍ ବ୍ୟବହାର ନ କରିବାକୁ ସତର୍କ କରାଇ ଦିଆଯାଇଛି। ପାକିସ୍ତାନରେ ଆମେରିକୀୟ ବିମାନ ଉପରେ ଆକ୍ରମଣର ଆଶଙ୍କା କରାଯାଉଛି ବୋଲି ୟୁଏସ୍ ଫେଡେରାଲ ଏଭିଏସନ ଆଡମିନେଷ୍ଟ୍ରେସନ (ୟୁଏଫଏଏ) ଆଶଙ୍କା ବ୍ୟକ୍ତ କରିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସମୂହ ଆକାଶରେ ଆମେରିକା  ବିମାନଙ୍କୁ ଟାର୍ଗେଟ୍ କରିପାରନ୍ତି ବୋଲି ଏଥିରେ କୁହାଯାଇଛି।

କ’ଣ ରହିଛି ବିପଦ?
ପାକିସ୍ତାନରେ ସକ୍ରିୟ କିଛି ଆତଙ୍କବାଦ ସଙ୍ଗଠନ ମେନ ପୋର୍ଟେବଲ ଏୟାର ଡିଫେନ୍ସ ସିଷ୍ଟମ ହାତେଇଥିବାର ଆମେରିକା ଆଶଙ୍କା କରୁଛି। ଏଣୁ ଅଳ୍ପ ଉଚ୍ଚତାରେ ଉଡୁଥିବା ଯାତ୍ରୀବାହୀ ବିମାନ ଲାଗି ଏହି ଆତଙ୍କବାଦୀମାନେ ବିପଦର କାରଣ ହୋଇପାରନ୍ତି। ଏହା ଛଡା ଆତଙ୍କବାଦୀ ସଙ୍ଗଠନଙ୍କ ପାକିସ୍ତାନ ସିଭିଲ ଏଭିଏସନ ଉପରେ କବଜା ରହିଥିବା ଗୁଇନ୍ଦା ସୂଚନା ମିଳିଛି। ଏଣୁ ଆମେରିକା ନିଜ ବିମାନ କମ୍ପାନୀମାନଙ୍କୁ ପାକିସ୍ତାନ ଏରୋସ୍ପେସ୍‌ରୁ ଦୂରରେ ଯାତାୟାତ ଲାଗି ନିର୍ଦ୍ଦେଶନାମା ଜାରି କରିଛି।

ବଗଦାଦ ଦୂତାବାସ ଆକ୍ରମଣ ପଛରେ ଥିଲା ଇରାନର ହାତ
ବଗଦାଦସ୍ଥିତ ଆମେରିକା ଦୂତାବାସ ଆକ୍ରମଣ ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଇରାନକୁ ଦାୟି କରିଥିଲେ। କାରଣ ତା ପୂର୍ବରୁ ଆମେରିକା ଇରାନ ସମର୍ଥିତ ଏକ ଗୋଷ୍ଠୀ ଉପରେ ବିମାନ ଆକ୍ରମଣ କରିଥିଲା। ଏଥିରେ ୨୫ଜଣଙ୍କ ମୃତ୍ୟୁ ହୋଇଥିଲା। ଜନୈକ ଆମେରିକୀୟ ଠିକାଦାରଙ୍କୁ ଏହି ଗୋଷ୍ଠୀ ହତ୍ୟା କରିଥିଲା ବୋଲି ଆମେରିକା ସନ୍ଦେହ କରୁଥିଲା। ଏହାର ଜାବାବରେ ଇରାନ ବଗଦାଦ ଦୂତାବାସ ଆକ୍ରମଣ କରିଥିଲା।

ଭାରତ ବ୍ୟବହାର କରୁନି ପାକ୍ ଏୟାର ସ୍ପେସ୍
ଭାରତୀୟ ବାୟୁସାନାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ନିଜ ବାୟୁସୀମାକୁ ସମସ୍ତଙ୍କ ଲାଗି ସିଲ କରିଥିଲା। ସେବେଠାରୁ ପାକ୍ ବାୟୁ ସୀମା ବ୍ୟବହାର କରୁନାହିଁ ଭାରତ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଆରବ ଗସ୍ତ ଲାଗି ଯଦିଓ ପାକିସ୍ତାନ ନିଜ ବାୟୁସୀମା ଉନ୍ମୁକ୍ତ କରିଥିଲା କିନ୍ତୁ ନରେନ୍ଦ୍ର ମୋଦି ତାଙ୍କ ଗନ୍ତବ୍ୟ ବଦଳାଇଦେଇଥିଲେ।   

   Related Posts