ଗୋଟିଏ ଗୀତରୁ ବଦଳି ଯାଇଥିଲା ଏହି କଣ୍ଠଶିଳ୍ପୀଙ୍କ କ୍ୟାରିୟର୍, ତଥାପି ମନରେ ଆସୁଥିଲା ସୁସାଇଡ୍ କରିବାର ଚିନ୍ତା

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨ : ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ। ଆଜି ବି ବଲିଉଡରେ ତାଙ୍କ ଜଲୱା ରହିଛି। ଉଦିତ ନାରାୟଣ ଡିସେମ୍ବର ୧, ୧୯୫୫ ରେ ବିହାରର ସୁପାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପୂର୍ବରୁ ଉଦିତ ୧୦ ବର୍ଷ ଧରି ବହୁ ସଂଘର୍ଷ କରିଥିଲେ। ଶେଷରେ ଗୋଟିଏ ଗୀତ ତାଙ୍କର ଭାଗ୍ୟ ବଦଳାଇ ଦେଲା।

{"width":680,"height":382}
Veteran Singer Udit Narayan Allegedly Receives Threat Calls From Gangster  Ravi Pujari

ଉଦିତ ନାରାୟଣ ୧୯୮୮ ରେ ଆମୀର ଖାନଙ୍କ ଫିଲ୍ମ ‘କୟାମତ ସେ କୟାମତ ତକ’ ର ଗୀତ ପାପା କେହେତେ ହେଁ ବେଟା ନାମ ...' ଗାଇଥିଲେ, ଯାହା ପରେ ତାଙ୍କର କ୍ୟାରିୟର ବଦଳି ଗଲା। ଏହି ଗୀତ ତାଙ୍କୁ ଉଭୟ ସ୍ୱୀକୃତି ଏବଂ ଲୋକପ୍ରିୟତା ଆଣିଦେଲା । ଏହି ଗୀତ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ଏବଂ ଏହା ପରେ ସେ ଗୀତ ପାଇଁ ଅଫର ପାଇବାକୁ ଲାଗିଲେ। ଏହା ପରେ ଉଦିତ ନାରାୟଣ ଅନେକ ବଲିଉଡ ଗୀତରେ ନିଜର ସ୍ୱର ଦେଇଥିଲେ। ଉଦିତ ନାରାୟଣଙ୍କୁ ଚାରିଥର ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉଦିତ ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ୍, ଓଡିଆ, ନେପାଳୀ, ଭୋଜପୁରୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି। ସେ ନେପାଳୀ ଫିଲ୍ମରେ ମଧ୍ୟ ଅନେକ ହିଟ୍ ଗୀତ ଗାଇଛନ୍ତି।

{"width":678,"height":451}
Udit narayan turns 66 today see his life career and personsl life

ଉଦିତ ନାରାୟଣଙ୍କ ଗାୟକ କ୍ୟାରିୟର ଯେତେ ଚମତ୍କାର ଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ବିବାଦୀୟ ଥିଲା। ସେ ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀ ରଂଜନ ନାରାୟଣ ଏବଂ ଦ୍ୱିତୀୟ ପତ୍ନୀ ଦୀପା ନାରାୟଣ। ଉଦିତ ତାଙ୍କର ପ୍ରଥମ ବିବାହକୁ ଅସ୍ୱୀକାର କରିଥିଲେ, ଯାହା ପରେ ତାଙ୍କ ପତ୍ନୀଙ୍କୁ ଆଇନଗତ ପଦ୍ଧତି ଅବଲମ୍ବନ କରିବାକୁ ପଡିଥିଲା, କିନ୍ତୁ ଏହା ପରେ ସେ ରଂଜନଙ୍କ ସହ ବିବାହକୁ ଗ୍ରହଣ କରିଥିଲେ।। ଉଦିତ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ ଦୀପାଙ୍କର ଏକ ପୁଅ ଆଦିତ୍ୟ ନାରାୟଣ ଅଛନ୍ତି।

କରନ ଜୋହରଙ୍କ ଫିଲ୍ମ 'କୁଛ କୁଛ ହୋତା ହୈ' ର ଗୀତ ବ୍ଲକବଷ୍ଟର ହେବା ପରେ ତାଙ୍କୁ ଅନେକ ଧମକପୂର୍ଣ୍ଣ କଲ ଆସିଥିଲା। ଲୋକମାନେ ତାଙ୍କୁ ଟଙ୍କା ମାଗିଥିଲେ ଏବଂ କାମ ଛାଡିବାକୁ କହିଥିଲେ। ଏକ ଇଣ୍ଟରଭ୍ୟୁରେ ଉଦିତ କହିଛନ୍ତି, ୧୯୯୮ ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କୁ ପ୍ରତି ମାସରେ ଏପରି କଲ ଆସୁଥିଲା। ଯେଉଁମାନେ ତାଙ୍କ ଗୀତ ଗାଇବା ଦ୍ୱାରା ଯେଉଁମାନେ ଇନସିକ୍ୟୋର ଫିଲ୍ କରୁଥିଲେ, ସେମାନେ ଉଦିତଙ୍କ ନାମରେ ସୁପାରୀ ଦେଇଥିଲେ । କିନ୍ତୁ ପରେ ପୋଲିସ ତାଙ୍କୁ ଧରିଥିଲା। ସେ ଏସବୁକୁ ନେଇ ଏତେ ଚିନ୍ତିତ ଥିଲେ ଯେ ଆତ୍ମହତ୍ୟା କରିବାର ଚିନ୍ତା ତାଙ୍କ ମନରେ ଆସୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.