ଆଦିତ୍ୟଙ୍କ ବାହାଘରକୁ ନେଇ ମୁହଁ ଖୋଲିଲେ ବାପା ଉଦିତ ନାରାୟଣ, ଜାଣନ୍ତୁ କ’ଣ କହିଲେ...

Published By : Prameya-News7 Bureau | October 18, 2020 IST

ମୁମ୍ବାଇ ୧୮/୧୦: ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିବା କଥା ମଧ୍ୟ ଖୁଲାସା କରିଛନ୍ତି। ଏବେ ତାଙ୍କ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। କାରଣ ସେ ଚଳିତବର୍ଷ ହିଁ ବାହା ହେବେ।

ତେବେ ଏବେ ଆଦିତ୍ୟଙ୍କ ବାହାଘରରେ ମୁହଁ ଖୋଲିଛନ୍ତି ତାଙ୍କ ବାପା ଉଦିତ ନାରାୟଣ। ଏକ ସାକ୍ଷାତକାରରେ ଉଦିତ କହିଛନ୍ତି ‘‘ଆଦିତ୍ୟ ଏହି ବର୍ଷ ହିଁ ଶ୍ବେତାକୁ ବାହା ହେବ। ‘ଶାପିତ’ ଫିଲ୍ମ ସେଟ୍‌ରେ ପ୍ରଥମ ଥର ପାଇଁ ଶ୍ବେତା ସହ ତାର ଭେଟ ହୋଇଥିଲା। ଆଉ ସେବେଠୁ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି।

ଉଦିତ ଆହୁରି କହିଛନ୍ତି ବହୁ ବର୍ଷ ହେବ ଶ୍ବେତାଙ୍କୁ ଜାଣିଛନ୍ତି। ମାତ୍ର ଆଦିତ୍ୟଙ୍କ ସାଙ୍ଗ ଭାବରେ ସେ ଶ୍ବେତାଙ୍କୁ ଜାଣିଛନ୍ତି। ଆଦିତ୍ୟ ଶ୍ବେତାକୁ ବାହା ହେବାରେ ତାଙ୍କର କିଛି ଅସୁବିଧା ନାହିଁ କି ବାହାଘରକୁ ବିରୋଧ କରୁ ନାହାନ୍ତି। ମାତ୍ର ଆଗକୁ ଯଦି କିଛି ଅସୁବିଧା ହୁଏ ବାପା ମାଆଙ୍କୁ ଦୋଷ ନ ଦେବା ପାଇଁ ସେ ରୋକଠୋକ ଆଦିତ୍ୟଙ୍କୁ ଶୁଣାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.