ଆଦିତ୍ୟ-ନେହାଙ୍କ ବିବାହ ଖବର କେବଳ ଟିଆରପି ପାଇଁ…ପାପା ଉଦିତ୍‌ ନାରାୟଣ କହିଲେ ମ୍ୟାଟେରିଆଲାଇଜ୍‌ ହୋଇନି ମ୍ୟାରେଜ୍

Published By : Prameya-News7 Bureau | February 11, 2020 IST

ମୁମ୍ବାଇ୧୧|୨: ନେହା କକ୍କଡ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଖବର ଏବେ ଖୁବ ଚର୍ଚ୍ଚାରେ ଅଛି।  ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ସାଧାରଣରେ ସବୁଠି ଉଭୟଙ୍କ ବିବାହ ଖବରର ଚର୍ଚ୍ଚା । କିଛି ଦିନ ପୂର୍ବରୁ ନେହାଙ୍କ ଭାଇ ଟୋନି କକ୍କଡ ଏକ ଭିଡ଼ିଓ ସେୟାର କରିଥିଲେ। ଏହି ଭିଡିଓ ମାଧ୍ୟମରେ ସେ ନେହା ଓ ଆଦିତ୍ୟଙ୍କ ବିବାହ ତାରିଖ ବିଷୟରେ ଘୋଷଣା କରିଥିଲେ। ଆସନ୍ତା ଫେବୃଆରୀ ୧୪ ତାରିଖରେ ନେହା ଓ ଆଦିତ୍ୟଙ୍କ ବିବାହ ହେବ ବୋଲି ଟୋନି ସୂଚନା ଦେଇଥିଲେ।

{"id":223151,"sizeSlug":"large"}

ତେବେ ବିବାହ ତାରିଖ ପାଖେଇଆସିବା ସମୟରେ ଏବେ ଏକ ଏମିତି ନୂଆ ଖବର ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପିତା ଉଦିତ ନାରାୟଣ ଏକ ସାକ୍ଷାତକାରରେ ଏହି ବିଷୟରେ ଖୁଲାସା କରିଛନ୍ତି। ସେ ନିଜେ କହିଛନ୍ତି ଯେ, ଇଣ୍ଡିଆନ୍‌ ଆଇଡଲ୍‌ ଶୋ'ର ଟିଆରପି ବଢିବା ପାଇଁ ଏଭଳି କୁହାଯାଇଥିଲା।

{"id":223159,"sizeSlug":"large"}

ଉଭୟଙ୍କ ବିବାହ ଏବେ ହେବ ନାହିଁ। ଆଦିତ୍ୟଙ୍କ ବିବାହକୁ ନେଇ ସେମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହା ସହ ସେ କହିଛନ୍ତି ଯେ, ନେହା ଜଣେ ବହୁତ ଭଲ ଝିଅ । ତାଙ୍କୁ ବହୂ ଭାବେ ସ୍ୱୀକାର କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ । ହେଲେ ଏବେ ସେମାନେ ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ନାହାନ୍ତି।

{"id":223152,"sizeSlug":"large"}

ଆଦିତ୍ୟ ସେମାନଙ୍କର ଏକମାତ୍ର ପୁଅ। ପୁଅ ବିବାହ କରିବେ ଆଉ ମାଆ ବାପା ଜାଣିନାହାନ୍ତି ଏହା ସମ୍ପୂର୍ଣ୍ଣ ଭୁଲ। ୧୪ ତାରିଖରେ ସେମାନେ ବିବାହ କରିବେ ନାହିଁ। ଏହି ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ସତ କିନ୍ତୁ ଏହା ଭୁଲ । ଆଦିତ୍ୟ ବିବାହ କଲେ ଉଦିତ୍‌ ଓ ତାଙ୍କ ପତ୍ନୀ ବିଶ୍ବର ସବୁଠୁ ଖୁସି ଖୁସି ମଣିଷ ହେବେ।

{"id":223160,"sizeSlug":"large"}

ନେହାଙ୍କୁ ବହୂ ଭାବେ ଗ୍ରହଣ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ। ହେଲେ ଏବେ ସେମାନେ ଘନିଷ୍ଠ ବନ୍ଧୁ ଅଛନ୍ତି। ପୁଅର ବିବାହ ହେଲେ ସେ ପୂରା ଦୁନିଆ ସହ ଏହି ଖୁସିର ମୁହୁର୍ତ୍ତ ସେୟାର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.