Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସର୍ବଦଳୀୟ ବୈଠକରେ ଉଦ୍ଧବ ଠାକରେ କହିଲେ- ରାଜ୍ୟରେ ଲକ୍‌ଡାଉନ୍‌ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ

10/04/2021 at 7:05 PM

ମୁମ୍ବାଇ ୧୦/୪:  ମହାରାଷ୍ଟ୍ରରେ କରୋନା ସ୍ପିଡ୍‌ରେ ବ୍ରେକ୍‌ ଲାଗିପାରୁ ନାହିଁ। ଏବେ ସଂକ୍ରମଣ ଉପରେ କାବୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସର୍ବଦଳୀୟ ବୈଠକରେ କହିଛନ୍ତି, ସମସ୍ତଙ୍କୁ ମିଶି ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଲାଗେ ତେବେ କରୋନା ନିୟନ୍ତ୍ରଣକୁ ଆସିପାରିବ ବୋଲି ବୈଠକରେ କହିଛନ୍ତି ଉଦ୍ଧବ ଠାକରେ। ୧୫ରୁ ୨୦ ଏପ୍ରିଲ ମଧ୍ୟରେ ସ୍ଥିତି ଆହୁରି ଖରାପ ହୋଇପାରେ। ଲକ୍‌ଡାଉନ୍‌ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। କରୋନା ଚେନ୍‌ ଭାଙ୍ଗିବା ନିହାତି ଆବଶ୍ୟକ।

ଟିକା ଲଗାଇବା ପରେ ବି ଲୋକେ କରୋନା ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି। ସେପଟେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ରାଜ୍ୟରେ ଏବେ ୫୦ ହଜାର ରେମଡେସିଭିର ଇଞ୍ଜେକ୍ସନର ଆବଶ୍ୟକତା ରହିଛି। ମାସ ସାରା ଏକ ଲକ୍ଷ ଇଞ୍ଜେକ୍ସନର ଆବଶ୍ୟକତା ପଡ଼ିପାରେ। ଏହି ଇଞ୍ଜେକ୍ସନର କଳାବଜାରୀ ହେଉଛି। ପୁଣେ ଏବଂ ମୁମ୍ବାଇ ଭଳି ସହରରେ ଟ୍ରେସିଂ କରିବା କଷ୍ଟ। ରେମଡେସିଭିର ସମ୍ପର୍କରେ ଘରୋଇ ହସ୍ପିଟାଲକୁ ପଚରାଯିବ। ଏହା ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରେମଡେସିଭିର କେମିତି ଶୀଘ୍ର ମିଳିପାରିବ ସେନେଇ ଯୋଜନା କରିବାକୁ ପଡ଼ିବ।

ସେହିଭଳି ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିଶ କହିଛନ୍ତି, କଟକଣା ନିହାତି ଲଗାଯିବା ଦରକାର କିନ୍ତୁ ଲୋକଙ୍କ କ୍ରୋଧ ଉପରେ ଧ୍ୟାନ ରଖିବାକୁ ହେବ। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ହେବ। ଗତବର୍ଷ ପୂରା ବରବାଦ ହୋଇଗଲା। ଏହା ପରେ ଲୋକଙ୍କୁ ବିଜୁଳି ବିଲ୍‌ ଭରିବାକୁ କୁହାଗଲା। ଲୋକେ କେମିତି ବଞ୍ଚିବେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। କିଛି ନଭାବି ଯଦି ଲକ୍‌ଡାଉନ୍‌ ଲଗାଯାଏ ତେବେ ଲୋକଙ୍କ ରାଗ ବଢ଼ିବାର ଆଶଙ୍କା ରହିଛି। ମନ୍ତ୍ରୀମାନଙ୍କ ଉପରେ ଲଗାମ ଲଗାଅ, କେନ୍ଦ୍ର ଉପରେ ଅଙ୍ଗୁଳି ଉଠାଅ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଏହା ସହ ସର୍ବଦଳୀୟ ବୈଠକରେ ଅନ୍ୟ ନେତା ମଧ୍ୟ ନିଜ ନିଜର ମତ ଦେଇଥିବା ଜଣାପଡ଼ିଛି।

   Related Posts