ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ

Published By : Prameya-News7 Bureau | November 28, 2019 IST

ମୁମ୍ବଇ ୨୮।୧୧ - ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି । ଶିବାଜୀ ପାର୍କରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଠାକରେ ପରିବାରରୁ ସେ ପ୍ରଥମ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ , ଆମ୍ବାନୀଙ୍କ ପରିବାର ସହ କଂଗ୍ରେସ ଓ ଏନ୍‌ସିପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଏନ୍‌ସିପି ନେତା ଅଜିତ୍‌ ପାଓ୍ୱାର, ଛଗନ ଭୁଜବଳ ଓ ପ୍ରଫୁଲ ପଟେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସ ପକ୍ଷରୁ କମଲ ନାଥ, ପୃଥୀରାଜ ଚୌହାନ ଉପସ୍ଥିତ ଥିଲେ । ମହାରାଷ୍ଟ୍ର ମହାବିକାଶ ଅଘାଡୀ ନାମକ ମେଣ୍ଟର ପ୍ରତ୍ୟକ ଦଳରୁ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.