ଶିବସେନାର ହିନ୍ଦୁତ୍ବ ଏଜେଣ୍ଡା ବଦଳିବ ନାହିଁ - ଉଦ୍ଧବ ଠାକରେ

Published By : Prameya-News7 Bureau | December 01, 2019 IST

ମୁମ୍ବାଇ ୦୧।୧୨-  ଏନସିପି ଓ କଂଗ୍ରେସ ସହିତ ମେଣ୍ଟ କରିବା ପରେ ଶିବସେନାର ହିନ୍ଦୁତ୍ବ ଏଜେଣ୍ଡା ଉପରେ ବାରମ୍ବାର ପ୍ରଶ୍ନ ଉଠିଥିବା ବେଳେ ଆଜି କିନ୍ତୁ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଶିବସେନାର ହିନ୍ଦୁତ୍ବ ଏଜେଣ୍ଡା ବଦଳିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଶିବସେନାର ଆଦର୍ଶ ଉପରେ ପ୍ରଶ୍ନ ଉଠାଇଥିଲେ। ଶିବସେନାର ଆଦର୍ଶ ଏବେ କଂଗ୍ରେସ ସଭାପତିଙ୍କ ପାଦ ତଳେ ବୋଲି ଆକ୍ଷେପ କରିଥିଲେ।

ତେବେ  ଉଦ୍ଧବ ଠାକରେ କହିଛନ୍ତି ତାଙ୍କ ଦଳର ହିନ୍ଦୁତ୍ବ ଆଦର୍ଶ ପୂର୍ବରୁ ଯେଉଁଭଳି ଥିଲା ସେହିଭଳି ରହିବ ଏହା ଅପରିବର୍ତ୍ତିତ ହେବ ନାହିଁ। ସେପଟେ ଗୃହରେ ଆଲୋଚନାରେ ଭାଗ ନେଇ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ସେ ପୁଣି ଫେରିକି ଆସିବେ। ଯେମିତି ସମୁଦ୍ରର ଲହଡ଼ି ଆସେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.