Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କଙ୍ଗନା-ଶିବସେନା ବିବାଦ ମଧ୍ୟରେ ଉଦ୍ଧବଙ୍କ ସହ ଏନସିପି ନେତା ଶରଦ ପାଓ୍ବରଙ୍କ ବୈଠକ

10/09/2020 at 11:32 AM

ମୁମ୍ବାଇ ୧୦/୦୯: ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିବାସ ‘ବର୍ଷା’ରେ ଦୁହିଁଙ୍କ ବୈଠକ ବସିଥିଲା। ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ଆଲୋଚନା ହୋଇଥିଲା। ଏହା ସୁପ୍ରିମକୋର୍ଟ ଦ୍ବାରା ଶିକ୍ଷା ଓ ଚାକିରିରେ ମରାଠୀଙ୍କୁ ଆାରକ୍ଷଣ ଦେବାରେ ସମ୍ବନ୍ଧିତ ରାଜ୍ୟ ୨୦୧୮ କାନୁନ ଉପରେ ରୋକ ଲଗାଇବା ପୃଷ୍ଠଭୂମି ଉପରେ ବୈଠକ ବସିଥିଲା। ଏଥିରେ ଶିବସେନା ନେତା ସଞ୍ଜୟ ରାଓ୍ବତ ମଧ୍ୟ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ କଙ୍ଗନାଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ବିଏମସି ପକ୍ଷରୁ କରାଯାଇଛି। ଏଥିରେ ସରକାରଙ୍କ କୌଣସି ହସ୍ତକ୍ଷେପ ନାହିଁ କି ଏହା ରାଜ୍ୟର ମାମଲା ନୁହେଁ। ଏଣୁ ଏହା ଉପରେ ଅଧିକ ଗୁରୁତ୍ବ ଦିଆ ନଯାଉ ବୋଲି ଠାକରେ ଶରଦଙ୍କୁ କହିଛନ୍ତି।

ଅଭିନେତ୍ରୀ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରିବା ଓ ଶିବସେନା ଦ୍ବାରା ଏହି ବୟାନକୁ ନେଇ ବିବାଦ ଚାଲିଥିବା ଯୋଗୁ ଏ ବୈଠକ ଅନ୍ୟ ଏକ ଦିଗରୁ ଗୁରୁତ୍ବପୂଣ୍ର୍ଣ କୁହାଯାଉଛି। ଅନ୍ୟପକ୍ଷେ କଙ୍ଗନା ମାମଲାରେ ଶିବସେନାକୁ କଂଗ୍ରେସର ସାଥ ମିଳୁ ନାହିଁ।

ମହାରାଷ୍ଟ୍ରରେ କଂଗ୍ରେସ ନେତା ସଞ୍ଜୟ ନିରୁପମ ଗତକାଲି ଟ୍ବିଟ୍ କରିଛନ୍ତି ଯେ କଙ୍ଗନାଙ୍କ ଅଫିସ୍ ବେଆଇନ ଥିଲା ନା ତାକୁ ଭାଙ୍ଗିବାର ଅନ୍ୟ ଏକ ତରିକା? ନିରୁପମ କହିଛନ୍ତି ପୂରା ଆକ୍ସନ ପ୍ରତିଶୋଧ ଭାବନା ସହ ଓତପ୍ରୋତ ଭାବେ ଜଡ଼ି ଥିଲା। ମାତ୍ର ପ୍ରତିଶୋଧର ରାଜନୈତିକ କାଳ ସ୍ବଳ୍ପ ସମୟ ପାଇଁ ସେ କହିଛନ୍ତି।

   Related Posts