Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଏବେ ବି ଅନିଲ ଦେଶମୁଖଙ୍କ ସପକ୍ଷରେ ଉଦ୍ଧବ ସରକାର, ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଗଲେ ସୁପ୍ରିମକୋର୍ଟ

6/04/2021 at 4:55 PM

ମୁମ୍ବାଇ ୬/୪:  ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଯଦିଓ ଅନିଲ ଦେଶମୁଖ ଇସ୍ତଫା ଦେଇଛନ୍ତି କିନ୍ତୁ ତାଙ୍କ ବିରୋଧରେ ସିବିଆଇ ଯାଞ୍ଚକୁ ବିରୋଧ କରୁଛନ୍ତି ଉଦ୍ଧବ ଠାକରେ ସରକାର। ଏବେ ଏହାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଉଦ୍ଧବ ସରକାର। ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏହି ରାୟକୁ ଉଦ୍ଧବ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

  ୧୦୦ କୋଟି ଟଙ୍କା ବଟି ଆଦାୟକୁ ନେଇ ଦେଶମୁଖଙ୍କ ଉପରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଅଭିଯୋଗ ଆଣିବା ପରେ ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପରେ ଅନିଲ ଦେଶମୁଖ ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସିଏମ ଉଦ୍ଧବ ଠାକରେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଦେଶମୁଖ ଲେଖଥିଲେ, ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। କିନ୍ତୁ କୋର୍ଟଙ୍କ ରାୟ ପରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛନ୍ତି ବୋଲି ଲେଖିଥିଲେ।

ଏହାରି ଭିତରେ ଦେଶମୁଖଙ୍କ ସ୍ଥାନ ନେଇଥିବା ଦିଲ୍ଲୀପ ବଲସେ ପାଟିଲ ପଦ ଭାର ଗ୍ରହଣ କରିଛନ୍ତି। ମଙ୍ଗଳବାର ନୂଆ ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଦେଶମୁଖଙ୍କ ସପକ୍ଷରେ ଦିଲ୍ଲୀପ କହିଛନ୍ତି, ହାଇକୋର୍ଟଙ୍କ ରାୟକୁ ଆମ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତେବେ ଏହି ମାମଲା​‌ରେ ପ୍ରାଥମିକ ତଦନ୍ତ ପାଇଁ ସିବିଆଇକୁ ୧୫ ଦିନ ସମୟ ଦେଇଛନ୍ତି ହାଇକୋର୍ଟ। ସିବିଆଇର ପ୍ରାଥମିକ ତଦନ୍ତ ପରେ ଦେଶମୁଖଙ୍କ ବିରୋଧରେ ଏତଲା ହେବ କି ନାହିଁ ବିଚାର କରାଯିବ।

   Related Posts