ଉଦ୍ଧବ ନେତା ନିର୍ବାଚିତ – ଡିସେମ୍ବର ୧ରେ ଶପଥ ଗ୍ରହଣ
26/11/2019 at 7:52 PM

ମମ୍ବଇ ୨୬।୧୧ – ମହାରାଷ୍ଟ୍ରରେ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ , ଶିବସେନା ଓ ଏନ୍ସିପି ସରକାର ଗଠନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉଦ୍ଧବ ଠାକରେଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରାଯାଇଛି । ଏହି ମେଣ୍ଟର ନାମ ମହାରାଷ୍ଟ୍ର ବିକାଶ ଅଘାଡୀ ରଖାଯାଇଛି । ଆସନ୍ତାକାଲି ରାଜ୍ୟପାଳଙ୍କ ନିକଟରେ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତାବ ରଖିବ । ଡିସେମ୍ବର ଏକ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ମୁମ୍ବଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ବୁଧବାର ସକାଳ ୮ଟାରେ ବିଧାନସଭାରେ ଅଧିବେଶନ ଡକାଇଛନ୍ତି । ବିଜେପିର କାଳିଦାସ କୌଲଂମ୍ବକର ପ୍ରୋଟେମ ସ୍ପିକର ହେବେ । ସେ ବିଧାୟକମାନଙ୍କୁ ଶପଥପାଠ କରାଇବେ ।
ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ବିକାଶ ଅଘାଡୀର ନେତା ନିର୍ବାଚିତ କରାଯାଇଛି । ତିନି ଦଳ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ ସହମତି ପ୍ରଦାନ କରିଛନ୍ତି ।