Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଶିବସେନା ଭବନ ଧ୍ୱଂସ ଲାଗି ବିଜେପି ବିଧାୟକଙ୍କ ଧମକର ଜବାବ ଦେଲେ ଉଦ୍ଧବ, କହିଲେ ..

1/08/2021 at 8:42 PM

ମୁମ୍ବାଇ ୧।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ବିଜେପି ଉପରେ ପରୋକ୍ଷ ଆକ୍ରମଣ କରିଛନ୍ତି। କହିଛନ୍ତି ଧମକାଇବା ଭଳି ଭାଷା କେବେବି ବରଦାସ୍ତ ଯୋଗ୍ୟ ନୁହେଁ ଓ ଏପରି ଧମକାଇଥିବା ଲୋକଙ୍କୁ ମୁହେଁ ମୁହେଁ ଜବାବ ଦିଆଯିବ। ବିଜେପି ବିଧାୟକ ପ୍ରସାଦ ଲାଡଙ୍କ କଥିତ ମନ୍ତବ୍ୟକୁ ନେଇ ଉଦ୍ଧବ ଏପରି କହିଛନ୍ତି। ଲାଡ କହିଥିଲେ ଯେ ଯଦି ଆବଶ୍ୟକ ପଡେ ମୁମ୍ବାଇ କେନ୍ଦ୍ରସ୍ଥଳରେ ଥିବା ଶିବସେନା ଭବନକୁ ଧ୍ୱଂସ୍ତ କରିଦିଆଯାଇପାରେ ।

ରବିବାର ବିଡିଡି ଚାଲ ପୁନର୍ବିକାଶ ପ୍ରକଳ୍ପକୁ ଉଦଘାଟନ କରିବା ଅବସରରେ ଉଦ୍ଧବ ହିନ୍ଦୀ ଫିଲ୍ମ ‘ଦବଙ୍ଗ’ର ଏକ ସଂଳାପ ’ଥାପ୍ପଡସେ ଡର ନେହିଁ ଲଗତା’ ଦୋହରାଇଥିଲେ। ଯେଉଁଥିରେ କାହାକୁ ବି ଆମେ ଥାପ୍ପଡ ମାରିବାର ଭାଷାରେ କହିବା ଉଚିତ ନୁହେଁ ବୋଲି କହିଥିଲେ, କାରଣ ଏହାର ପାଲଟା ଜବାବ ଏତେ ଭୟଙ୍କର ହେବଯେ ମାରିଥିବା ଲୋକ ନିଜ ଗୋଡରେ ଛିଡାବି  ହୋଇପାରିବନି। 

ତେବେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ  ପୁରା ହେବା ପରେ ହିତାଧିକାରୀ ଲୋଭରେ ଯେ ପରି ନ ପଡନ୍ତି ସେଥିଲାଗି ସତର୍କ କରାଇଛନ୍ତି। ମରାଠାଙ୍କ ଚାଲ ସଂସ୍କୃତିକୁ ଯେ କୌଣସି ମୂଲ୍ୟରେ ସଂରକ୍ଷଣ କରାଯିବା ଦରକାର ବୋଲି କହିଛନ୍ତି। ଏହା ସେହି ଚାଲ ଯେଉଁଠି ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଦେଇଛନ୍ତି। ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନର ସାକ୍ଷ ମଧ୍ୟ ଏହି ଚାଳ। ଏଣୁ ଯେଉଁମାନଙ୍କୁ ପୁନନିର୍ମାଣ ପରେ ଚାଳ ମିଳିବ ସେମାନେ ଯେପରି ଏହାକୁ ବିକି,ଭାଙ୍ଗି ଅଥବା ଭଡାରେ ଲଗାଇ ନ ଦିଅନ୍ତି ମୁଖ୍ୟମନ୍ତ୍ରୀ ସତର୍କ କରିଛନ୍ତି।

   Related Posts