Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

12/12/2019 at 6:43 PM

ମୁମ୍ବାଇ ୧୨।୧୨:  ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ବିଭାଗ ବଣ୍ଟନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଶିବସେନା ଗୃହମନ୍ତ୍ରାଳୟକୁ ନିଜ ହାତରେ ରଖିଥିବା ବେଳେ ଏନସିପିକୁ ଅର୍ଥ ଓ କଂଗ୍ରେସକୁ ରାଜସ୍ୱ ବିଭାଗ ପ୍ରଦାନ କରିଥିବା ଜଣାପଡିଛି।

ଏନସିପିକୁ ଅର୍ଥ ସମେତ ଆବାସ, ସ୍ୱାସ୍ଥ୍ୟ ଓ ସମବାୟ ବିଭାଗ ପ୍ରଦାନ କରାଯାଇଛି। ସେହିପରି ମେଣ୍ଟର ଅନ୍ୟତମ ସହଯୋଗୀ କଂଗ୍ରେସକୁ ରାଜସ୍ୱ, ଶକ୍ତି, ଶିକ୍ଷା, ପିଡବ୍ଲୁଡି, ବସ୍ତ୍ର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଉଦ୍ଧବଙ୍କ ବିଶ୍ୱସ୍ତ ନେତା ଏକନାଥ ସିନ୍ଦେଙ୍କୁ ଗୃହମନ୍ତ୍ରୀ ମନୋନୟନ କରାଯାଇଛି। ସେହିପରି ପାର୍ଟିର ବରିଷ୍ଠ ସଦସ୍ୟ ସୁଭାଷ ଦେଶାଇଙ୍କୁ ଉଦ୍ୟୋଗ, ଉଚ୍ଚ ବୈଷୟିକ ଶିକ୍ଷା, କ୍ରିଡା ଯୁବବ୍ୟାପାର ଓ ରୋଜଗାର ବିଭାଗ ମନ୍ତ୍ରୀ ନିଯୁକ୍ତ କରାଯାଇଛି।

ସେପଟେ ଏନସିପି ବରିଷ୍ଠ ନେତା ଜୟନ୍ତ ପାଟିଲଙ୍କୁ ଅର୍ଥମନ୍ତ୍ରୀ ନିଯୁକ୍ତ କରିଥିବା ବେଳେ ଛଗନ ଭୁଜବଳଙ୍କୁ ଗ୍ରାମ୍ୟ ବିକାଶ, ସାମାଜିକ ନ୍ୟାୟ, ଜଳ ସମ୍ପଦ ଓ ଅବକାରୀ ବିଭାଗ ମନ୍ତ୍ରୀ ନିଯୁକ୍ତ କରାଯାଇଛି। ୪୪ ବିଧାୟକ ସଂଖ୍ୟା ବିଷିଷ୍ଟ କଂଗ୍ରେସକୁ ରାଜସ୍ୱ ମନ୍ତ୍ରାଳୟ ମିଳିଛି। ବରିଷ୍ଠ ବିଧାୟକ ବାଲାସାହେବ ଥୋରାଟେଙ୍କୁ ରାଜସ୍ୱମନ୍ତ୍ରୀ କରାଯାଇଛି। ସେହିପରି ନିତିନ ରାଉତେଙ୍କୁ ପିଡବ୍ଲୁଡି ମନ୍ତ୍ରାଳୟ ପ୍ରଦାନ କରାଯାଇଛି।

   Related Posts