Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ, ୱାକଆଉଟ୍ କଲା ବିଜେପି

30/11/2019 at 2:29 PM

ମୁମ୍ବାଇ ୩୦।୧୧ : ମହାରାଷ୍ଟ୍ର ବିଧାନସଭାରେ ଶନିବାର ‘ମହାରାଷ୍ଟ୍ର ବିକାଶ ଅଗାଢି’ ନେତା ଉଦ୍ଧବ ଠାକରେ ତାଙ୍କର ବହୁମତ ସାବ୍ୟସ୍ତ କରିଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ଉଦ୍ଧବଙ୍କୁ ୧୪୫ ଜଣ ବିଧାୟକଙ୍କ ସମର୍ଥନ ଦରକାର ତେବେ ଉଦ୍ଧବଙ୍କନିକଟରେ ପୂର୍ଣ୍ଣ ବହୁମତ ଥିବା ପ୍ରମାଣିତ ହୋଇଛି।

ଏଥିଲାଗି ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ପ୍ରକ୍ରିୟା ଲଗାତାର ଜାରି ରହିଥିଲା। ଥରକୁ ଥର ବିଧାୟକଙ୍କ ଗଣତି କରାଯିବା ସହ ଜଣ ଜଣ କରି ବିଧାୟକ ସରକାର ସପକ୍ଷରେ ସେମାନଙ୍କର ସମର୍ଥନ ଦେଇଥିଲେ। ତେବେ ବିଧାନସଭାରେ ଏପର୍ଯ୍ୟନ୍ତ ନିୟମିତ ବାଚସ୍ପତି ନିଯୁକ୍ତ ହୋଇନଥିବା ବେଳେ ସରକାରୀ ଦଳଙ୍କ ଫ୍ଲୋର ଟେଷ୍ଟକୁ ବିଜେପି ବିଧାନସଭାରେ ବିରୋଧ କରିଥିଲା।

ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶ ଗୃହରେ ଏପର୍ଯ୍ୟନ୍ତ ଯେତେଥର ସଂଖ୍ୟାଗରିଷ୍ଠତା ପ୍ରମାଣିତ ହୋଇଛି ସେତେବେଳେ ବାଚସ୍ପତି ହିଁ ଏହା କରାଇଛନ୍ତି। ତେବେ ନୂଆ କରି ସରକାର ଗଠନ କରିଥିବା ମହାରାଷ୍ଟ୍ର ବିକାଶ ଅଗାଢି ପ୍ରୋଟେମ ସ୍ପିକରଙ୍କ ଦ୍ୱାରା ପ୍ରଥମ ଥର ବହୁମତ ସାବ୍ୟସ୍ତ କରି ବିଧାନସଭାର ପରମ୍ପରା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଫଡନବୀଶ ଏହାକୁ ସମ୍ବିଧାନର ଉଲ୍ଲଂଘନ ବୋଲି କହିଥିବା ବେଳେ ଅସାମ୍ବିଧାନିକ ଭାବେ ଚାଲିଥିବା ସଭାରେ ଆମର ଉପସ୍ଥିତି ଜରୁରୀ ନୁହେଁ ବୋଲି କହିଥିଲେ।

ଅନ୍ୟପକ୍ଷରେ ରାଜ୍ୟପାଳ ଏଭଳି ଅସାମ୍ବିଧାନିକ କାର୍ଯ୍ୟ ବନ୍ଦ କରାଇବା ଉଚିତ ବୋଲି କହିଥିଲେ।  ଏଣୁ ସେ ରାଜ୍ୟପାଳଙ୍କୁ ଭେଟି ବିଧାନସଭାରେ ଅନିୟମିତତା ନେଇ ଅଭିଯୋଗ କରିବେ ବୋଲି ଗୃହକୁ କହିବା ସହ କକ୍ଷତ୍ୟାଗ କରିଥିଲେ। ତାଙ୍କ ସହ ବିଜେପିର ଅନ୍ୟ ୧୦୪ ଜଣ ବିଧାୟକ ବି ଗୃହରୁ ବାହାରିଯାଇଥିଲେ।

   Related Posts