ଜାଣନ୍ତୁ ଫଟୋଗ୍ରାଫି ସୌକିନ୍ ଉଦ୍ଧବ ଠାକରେ କିପରି ହେଲେ ଶିବସେନା ମଙ୍ଗୁଆଳ

Published By : Prameya-News7 Bureau | November 28, 2019 IST

ମୁମ୍ବାଇ : ଶିବସେନା ସଂସ୍ଥାପକ ବାଲ ଠାକରେଙ୍କଠାରୁ ରାଜନୀତିର ଅ, ଆ ଶିଖିଥିବା ଉଦ୍ଧବ ଠାକରେ ଶେଷରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ଡୋରୀ ସମ୍ଭାଳିଛନ୍ତି। ବିଜେପି ସହିତ ବିବାଦ ଓ ପରସ୍ପର ବିପରୀତ ବିଚାରଧାରା ପାର୍ଟିଙ୍କ ସହ ମେଣ୍ଟ କରି ଶେଷରେ ଉଦ୍ଧବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସହ ନିଜକୁ ଜଣେ ପୋଖତ ରାଜନେତା ଭାବେ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଛନ୍ତି।  ତେବେ ବାଲ ଠାକରେଙ୍କ ପରଲୋକ ପରେ ଉପୁଜିଥିବା ସ୍ଥିତି ଏଭଳି ନଥିଲା। ସେତେବେଳେ ସମସ୍ତେ ଭାବିଥିଲେ ଆଉ ଶିବସେନା ଆଗଭଳି ମଜଭୁତ ରହିପାରିବନି। ତେବେ ପିତାଙ୍କଠାରୁ ପାଇଥିବା ରାଜନୈତିକ ଅଭିଜ୍ଞତା ବଳରେ ଉଦ୍ଧବ ଶିବସେନାକୁ କେବଳ ମଜଭୁତ କରି ନହାନ୍ତି ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ କରିବାରେ ବି ସଫଳହୋଇଛନ୍ତି।

{"id":191279,"sizeSlug":"large"}

ପ୍ରଥମ ଥର ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ଉଦ୍ଧବଙ୍କ ପରିବାର
ବାଲ ଠାକରେ ରାଜନୀତିରେ ପରିବାରକୁ ସାମିଲ କରୁନଥିଲେ। ତେବେ ଉଦ୍ଧବ ପିତାଙ୍କ ବିଚାରଧାରା ବିପରୀତ ଥିଲେ। ନିର୍ବାଚନରେ ପ୍ରଥମ ଥର ପୁଅ ଆଦିତ୍ୟ ଠାକରେକୁ ଓର୍ଲି ନିର୍ବାଚନମଣ୍ଡଳିରୁ ଟିକେଟ୍ ଦେଇଥିଲେ। ଆଦିତ୍ୟଙ୍କୁ ଜିତାଇବାକୁ ନିଜେ ଉଦ୍ଧବଙ୍କୁ ବି ପ୍ରଚାର କରୁଥିବା ଦେଖାଯାଇଥିଲା। ତେବେ ରାଜନୀତିରୁ  ବାଲ ଠାକରେ ପରିବାରକୁ ଦୂରେଇ ରଖୁଥିବାରୁ ଉଦ୍ଧବଙ୍କୁ ସିଧାଶଳଖ ରାଜନୀତିରେ ସମ୍ପୃକ୍ତ କରିନଥିଲେ। ଶିବସେନା ମୁଖପତ୍ର 'ସାମ୍ନା'ର ସମ୍ପାଦକୀୟ ବିଭାଗରେ ଉଦ୍ଧବଙ୍କୁ ନିଯୁକ୍ତ କରିଥିଲେ।

{"id":191280,"sizeSlug":"large"}

'ସାମ୍ନା'ରୁ ମିଳିଥିଲା ପାର୍ଟିକୁ ବୁଝିବାର ମୌକା
ସାମ୍ନାରେ କାର୍ଯ୍ୟ କରିବା ବେଳେ ଉଦ୍ଧବ ପାର୍ଟିର ବିଚାରଧାରାକୁ ବୁଝିଥିଲେ। ବାଲ ଠାକରେ କିନ୍ତୁ ରାଜନୀତିରେ ତାଙ୍କ ପୁତୁରା ରାଜ ଠାକରେଙ୍କୁ ନିଜର ସହଯୋଗୀ କରିଥିଲେ। ପାର୍ଟିରେ ବାଲ ଠାକରେଙ୍କ ପରେ ରାଜ ଥିଲେ ୨ ନମ୍ବର ନେତା। ରାଜଙ୍କ ରାଜନୈତିକ  ଅଭିଜ୍ଞତା ଓ ବୁଝାମଣାରୁ ପାର୍ଟି ନୂଆ ଉଚ୍ଚତା ପାଇପାରିଥିଲା। ତେବେ ଶିବସେନାର ମାଲିକାନା ଲାଗି ପରେ ପାରିବାରିକ ଝଗଡାରେ ପାର୍ଟିରୁ ଅଲଗା ହୋଇଯାଇଥିଲେ ରାଜ।

{"id":191282,"sizeSlug":"large"}

ଜାଣନ୍ତୁ କିପରି ଗଠିତ ହେଲା ରାଜଙ୍କ ଏମଏନଏସ୍
୨୦୦୦ ମସିହାରେ ପାର୍ଟିର ଉତ୍ତରାଧିକାରୀଙ୍କୁ ନେଇ ବିବାଦ ଜନ୍ମିଥିଲା। ଫଳରେ ପାର୍ଟି ଯୋଗୁ ପରିବାର ବାଣ୍ଟି ହୋଇଯାଇଥିଲା। ଗୋଟିଏ ପଟେ ରାଜ ଠାକରେ ତାଙ୍କ ପରିଶ୍ରମ ବଳରେ ଛିଡା କରିଥିବା ପାର୍ଟି ଉପରୁ ନିଜର ନିୟନ୍ତ୍ରଣ ହରାଇବାକୁ ଚାହୁଁ ନଥିବା ବେଳେ ବାଲ ଠାକରେଙ୍କ ଉତ୍ତରାଧିକାରୀ ଭାବେ ପାର୍ଟିର ହକ୍ ଛାଡିବାକୁ ଚାହିଁ ନଥିଲେ ଉଦ୍ଧବ। ଦୀର୍ଘ ଦିନ ପର୍ଯ୍ୟନ୍ତ ବିବାଦ ଲାଗି ରହିବା ପରେ ୨୦୦୬ ମସିହାରେ ରାଜ ଠାକରେ ଶିବସେନା ଛାଡି ନିଜର ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଗଠନ କରି ଶିବସେନାରୁ ଦୂରେଇଯାଇଥିଲେ।  ରାଜ ତାଙ୍କ ନୂଆ ଦଳକୁ ରାଜ୍ୟ ରାଜନୀତିରେ ସଫଳ କରିଥିଲେ ମଧ୍ୟ ଯେଉଁ ପ୍ରକାର ସଫଳତାର ଆଶା ରଖିଥିଲେ ତାହା କିନ୍ତୁ ପାଇପାରିନଥିଲେ।

{"id":191283,"sizeSlug":"large"}

ଉଦ୍ଧବ ଥିଲେ ୱାଇଲ୍ଡଲାଇଫ ଫଟୋଗ୍ରାଫର
ରାଜନୀତିରେ ଉଦ୍ଧବଙ୍କୁ ପୁରାଇ ଦେଇନଥିଲେ ବାଲ ଠାକରେ। ପିଲାଟି ଦିନରୁ ଫଟୋଗ୍ରାଫି ସୌକିନ ଥିବା ଉଦ୍ଧବ ଜଣେ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ। ଅନେକ ଥର ୱାଇଲ୍ଡ ଲାଇଫ ଫଟୋଗ୍ରାଫି ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନ  ଆୟୋଜନ କରୁଥିଲେ। ସେ ଅନେକ ଫଟୋ ବୁକ୍ସ ପ୍ରକାଶନ ବି କରିଥିଲେ, ଯେଉଁଥିରେ ରାଜ୍ୟର ପଶୁପକ୍ଷୀ ଓ ପରିବେଶନେଇ ରାଜ୍ୟବାସୀଙ୍କ ନିମନ୍ତେ ଅନେକ ଉପାଦେୟ ସୂଚନା ବି ଦେଇଛନ୍ତି।

{"id":191284,"sizeSlug":"large"}

ଉଦ୍ଧବଙ୍କ ପରିବାର
ଉଦ୍ଧବଙ୍କ ପରିବାର କହିଲେ ତାଙ୍କ ପତ୍ନୀ ରଶ୍ମୀ ଓ ୨ ପୁଅ ଆଦିତ୍ୟ ଏବଂ ତେଜସ। ଆଦିତ୍ୟ ନିଜକୁ ଜଣେ ରାଜନେତା ଭାବେ ସ୍ଥାପିତ କରିବାରେ ସଫଳ ହୋଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ସେ ୱାର୍ଲି ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଛନ୍ତି। ତେବେ ତେଜସ ସାମାନ୍ୟ ବ୍ୟତିକ୍ରମ। ରାଜନୀତିରେ ତେଜସ ଋଚି ରଖୁନଥିବା ବେଳେ ସେ ଏବେ ନ୍ୟୁୟର୍କର ବଫେଲୋ ସିଟି କଲେଜରେ ପାଠ ପଢୁଛନ୍ତି।

{"id":191286,"sizeSlug":"large"}

ଉଦ୍ଧବଙ୍କ ରାଜନୈତିକ ଯାତ୍ରା
ବାଲ ଠାକରେଙ୍କ ଜୀବଦ୍ଦଶାରେ ଉଦ୍ଧବ କେବେ ରାଜନୀତି ସହ ସଂସ୍ଲିଷ୍ଟ ରହୁନଥିଲେ। ତେବେ ପିତାଙ୍କ ପରଲୋକ ପରେ ୨୦୦୨ ମସିହାରେ ଦଳ ତାଙ୍କୁ ମୁଖିଆ ଘୋଷଣା କରିଥିଲା। ଏଣୁ ରାଜନୈତିକ ପରିଦୃଶ୍ୟକୁ ଉଦ୍ଧବ ଆସିବା ସହ ବେଶ ଚର୍ଚ୍ଚା ସାଉଁଟିଥିଲେ। ଉଦ୍ଧବ ସେହି ବର୍ଷ ନଗରନିଗମ ନିର୍ବାଚନରେ  ତାଙ୍କ ଦଳ ଲାଗି ଖୁବ୍ ପ୍ରଚାର କରିଥିବା ବେଳେ ଦଳକୁ ମଧ୍ୟ ଆଶାତୀତ ସଫଳତା ମିଳିଥିଲା। ୨୦୦୩ ମସିହାରେ ତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିବା ବେଳେ ପରବର୍ଷ ତାଙ୍କୁ ଦଳର ପୂର୍ଣ୍ଣକାଳୀନ  ଅଧ୍ୟକ୍ଷ  ଘୋଷଣା କରି ଦିଆଯାଇଥିଲା।

{"id":191288,"sizeSlug":"large"}

ବିଜେପି ସହ ସମ୍ପର୍କ
ବାଲ ଠାକରେ ଓ ବିଜେପି ସମ୍ପର୍କ ବେଶ୍ ଉତ୍ତମ ଥିଲା। ଶିବସେନା କେବେ କ୍ଷମତା ଲାଗି ରାଜନୀତି କରୁନଥିଲା। ତେବେ ରାଜନୀତି ଦ୍ୱାରା କ୍ଷମତା ସୃଷ୍ଟି କରୁଥିଲା। ଏଣୁ ଶିବ ସେନା ସହ ମେଣ୍ଟ କରି ବିଜେପି ରାଜ୍ୟରେ ସରକାରକୁ ଆସିବାରେ ସଫଳ ହୋଇଥିଲା। ୨୦୧୪ ମସିହାରେ ମେଣ୍ଟ ଭାଙ୍ଗି ଦେଇଥିଲା ଶିବସେନା।  ହେଲେ ନିର୍ବାଚନ ଫଳାଫଳ ଦୁଇ ଦଳଙ୍କୁ ପୁଣି ଏକ କରିଦେଇଥିଲା। ଫଳରେ ଦେବେନ୍ଦ୍ର ଫଡନବୀଶ ମୁଖ୍ୟମନ୍ତ୍ରୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.