Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଉଦ୍ଧବ ସରକାରଙ୍କ ବଡ ଘୋଷଣା, ମହାରାଷ୍ଟ୍ରରେ ୩ ମାସ ପର୍ଯ୍ୟନ୍ତ ଭଡା ମାଗିବେନି ଘର ମାଲିକ, ଭଡାଟିଆଙ୍କୁ ତଡି ପାରିବୁନି

17/04/2020 at 5:08 PM

ମୁମ୍ବାଇ ୧୭।୪: ରାଜ୍ୟରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ସରକାରଙ୍କ ଆବାସ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଭଡାଟିଆଙ୍କୁ ୩ ମାସ ପର୍ଯ୍ୟନ୍ତ ଘରଭଡା ନ ମାଗିବାକୁ କୁହାଯାଇଛି। ସେହିପରି ଏହି ସମୟରେ ଯଦି କୌଣସି ଭଡାଟିଆ ଘରଭଡା ଦେଇପାରୁନାହାନ୍ତି ଘରମାଲିକ ତାଙ୍କୁ ଘର ବାହାରିଯିବାକୁ ବି କହିପାରିବେନି।

ନିର୍ଦ୍ଦେଶାନାମା ପରେ ଯଦି କୌଣସି ଘରମାଲିକ ଏପରି କରିଥିବାର ଅଭିଯୋଗ ମିଳେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରାଳୟ କଡାକଡି କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶର ପୁଷ୍ଟି କରାଯାଇଛି। ଦେଶର କରୋନା ସଂକ୍ରମିତ ରାଜ୍ୟଙ୍କ ସୂଚୀର ଆଗ ଧାଡିରେ ରହିଛି ମହାରାଷ୍ଟ୍ର। ରାଜ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ସରକାରଙ୍କ ଏପରି ନିର୍ଦ୍ଦେଶନାମା ଲୋକଙ୍କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯଉଛି।

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୯୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲାଣି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୩ହଜାର ୨୦୫ରେ ପହଞ୍ଚିଥିବା ବେଳେ ଘଣ୍ଟାରେ ରାଜ୍ୟର ବିଭିନ୍ନ ହସ୍ପିଟାଲକେ ୨୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟାରେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବାରୁ ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ଶୁକ୍ରବାର ୧୯୪କୁ ଛୁଇଁଛି।

   Related Posts