Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଉଦ୍ଧବଙ୍କ ମନ୍ତ୍ରୀ କହିଲେ- ଲକ୍ଷଣ ନଥାଇ ବି କିଛି ସେଲିବ୍ରିଟି ହସ୍ପିଟାଲ୍ ବେଡ୍ କବ୍‌ଜା କରୁଛନ୍ତି, ସେମାନଙ୍କୁ ଘରେ ରହି ଚିକିତ୍ସା କରିବା ଉଚିତ୍

13/04/2021 at 10:07 PM

ମୁମ୍ବାଇ ୧୩।୦୪: ସମଗ୍ର ଦେଶରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହରାଷ୍ଟ୍ର କରୋନାର ଗଡ  ହୋଇ ସାରିଛି। ଏହା ମଧ୍ୟରେ ମହାରାଷ୍ଟ୍ରର ମନ୍ତ୍ରୀ ଅସଲମ ଶେଖ ମଙ୍ଗଳବାର କହିଛନ୍ତି, କରୋନାର କୌଣସି ଗମ୍ଭୀର ଲକ୍ଷଣ ନଥିବା ସତ୍ତ୍ଵେ ବି ବଲିଉଡର କିଛି ହସ୍ତୀ ଏବଂ କ୍ରିକେଟ୍‌ର ମୁମ୍ବାଇରେ ହସ୍ପିଟାଲ ବେଡ୍‌ ଉପରେ କବ୍‌ଜା କରିଛନ୍ତି। ଏହି ସବୁ ବେଡ୍‌ଗୁଡିକର ବ୍ୟବହାର ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବା ଉଚିତ୍।

ମନ୍ତ୍ରୀ ଅସଲମ କହିଛନ୍ତି, ଏମିତି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ, ସେମାନଙ୍କୁ ଘରେ ରହି ଚିକିତ୍ସା କରିବା ଉଚିତ୍ ଏବଂ ସେମାନଙ୍କୁ  ହସ୍ପିଟାଲର ବେଡ୍‌ କବ୍‌ଜା କରିବା ଉଚିତ୍ ନୁହେଁ। ଅକ୍ଷର କୁମାର, ସଚିନ ତେନ୍ଦୁଲକରଙ୍କ ପରି କିଛି ସେଲିବ୍ରିଟିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର କୌଣସି ଆବଶ୍ୟକତା ନଥିଲା। ସେମାନଙ୍କୁ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ବେଡ୍ ଛାଡି ଦେବା ଉଚିତ୍।

ବୟନ ଶିଳ୍ପ ମନ୍ତ୍ରୀ ଅସଲମ କହିଛନ୍ତି, ଫିଲ୍ମ ଉଦ୍ୟୋଗ ଓ କ୍ରିକେଟ୍‌ରଙ୍କ ମଧ୍ୟରୁ କିଛିଙ୍କଠାରେ ହାଲୁକା ଲକ୍ଷଣ ଥିଲା କିମ୍ବା ସେମାନଙ୍କଠାରେ କୌଣସି ଲକ୍ଷଣ ନଥିଲା। ତଥାପି ସେମାନଙ୍କୁ ପ୍ରମୁଖ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା ଏବଂ ସେମାନେ ଲମ୍ବା ସମୟ ଧରି  ବେଡ୍‌କୁ କବ୍‌ଜା କରି ରହିଲେ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏପ୍ରିଲ ୧୪ ତାରିଖରୁ ରାତି ୮ଟାରୁ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ବିନା କାରଣରେ ଲୋକଙ୍କ ଘରୁ ବାହାରିବା ଉପରେ ରୋକ୍ ଲଗାଯାଇଛି।

   Related Posts