Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଉଦ୍ଧବ ଠାକରେ, ଟିକାକରଣର ବୟସ ସୀମା କମାଇବାକୁ କଲେ ଅନୁରୋଧ

6/04/2021 at 5:21 PM

ମୁମ୍ବାଇ ୬/୪:  କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ବେଳେ ସରକାର ଟିକାକରଣକୁ ଜୋରଦାର କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଛି। ଏହାକୁ ନଜରରେ ରଖି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଟିକାକରଣ ବୟସ ସୀମା କମାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି।

ଟିକାକରଣ ବୟସ ୪୫ ବର୍ଷରୁ କମାଇ ୨୫ ବର୍ଷ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଉଦ୍ଧବ ଠାକରେ। ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ‘ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପିଏମ ମୋଦୀଙ୍କୁ ପତ୍ର ଲେଖି ୨୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ କରୋନା ଟିକା ପାଇଁ ଅନୁମତି ଦେବାକୁ  ଅନୁରୋଧ କରିଛନ୍ତି। ଟିକାକରଣରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ନେଇ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।’ 

ଏବେ ଦେଶରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକା ଦିଆଯାଉଛି। କିନ୍ତୁ ଉଦ୍ଧବ ଠାକରେ ଚାହୁଁଛନ୍ତି ବୟସ ସୀମା କମାଇ ୨୫ ବର୍ଷ କରିଦିଆଯାଉ। ଏହା ସହ ଉଦ୍ଧବ ଠାକରେ ଚିଠି ମାଧ୍ୟମରେ ଦାବି କରିଛନ୍ତି, ମହାରାଷ୍ଟ୍ରରେ ଦେଢ଼ କୋଟି ଅତିରିକ୍ତ କରୋନା ଟିକାର ଡୋଜ୍‌ ଉପଲବ୍ଧ କରାଯାଉ। ଏହା ଦ୍ବାରା ରାଜ୍ୟର ୬ ଜିଲ୍ଲା- ମୁମ୍ବାଇ, ପୁଣେ, ଠାଣେ, ନାସିକ, ଔରଙ୍ଗାବାଦ ଏବଂ ନାଗପୁରରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ୩ ମାସ ଭିତରେ ପୂରା ହୋଇପାରିବ।

ଏହି ସବୁ ଜିଲ୍ଲାରେ କରୋନା ସଂକ୍ରମଣ ବେକାବୁ ହୋଇପଡ଼ିଛି। ୩ ଏପ୍ରିଲରେ ରାଜ୍ୟରେ ୪.୬ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏବେ ସୁଦ୍ଧା ମହାରାଷ୍ଟ୍ରରେ ମୋଟ ୭୬.୮୬ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆସରିଥିବା ଜଣାପଡ଼ିଛି।

   Related Posts